www.samajalive.in
Thursday, December 11, 2025
14.1 C
Bhubaneswar

ପୁଲିସ-ମାଓବାଦୀ ଗୁଳି ବିନିମୟ ଘଟଣା – ଆହତ ମାଓବାଦୀ ଉଦ୍ଧାର

ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ ଅନ୍ତର୍ଗତ ଯନ୍ତ୍ରୀ ଗ୍ରାମ ନିକଟସ୍ଥ ତୋଟାଗୁଡା ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗତକାଲି ଗୁଳି ବିନିମୟ ଘଟଣାରେ ଜଣେ ମାଓବାଦୀର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ମାଓବାଦୀକୁ ପୁଲିସ କାବୁ କରିଛି। ବିଏସଏଫ, ଏସଓଜି, ଡିଭିଏଫ ଓ ଆନ୍ଧ୍ର ପ୍ରଦେଶର ଗ୍ରେ ହାଉଣ୍ଡ ଜବାନଙ୍କ ମିଳିତ ଅପରେସନ ବେଳେ ମାଓବାଦୀ ମାନେ ପ୍ରଥମେ ଗୁଳି ଚଳାଇ ଥିଲେ। ପାଲଟା ଜବାବରେ ସୁରକ୍ଷା କର୍ମୀମାନେ ମଧ୍ୟ ଗୁଳି ଚାଳଣା କରିଥିବା ବେଳେ ପ୍ରାୟ ଏକ ଘଂଟା ଧରି ଗୁଳି ବିନିମୟ ହୋଇଥିଲା। ସୁରକ୍ଷା କର୍ମୀଙ୍କୁ ସାମନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲୋ ପରେ ସେହି ଅଂଚଳରେ ତଲାସି କରିବା ସମୟରେ ଜଣେ ହାଡକୋର ମାଓବାଦୀ କିଶୋରର ମୃତଦେହ ମିଳିଥିବା ବେଳେ ଆଉ ଜଣେ ମାଓବାଦୀକୁ ଗୁରତର ଅବସ୍ଥାରେ ଉଦ୍ଧାର କରିଛି।

ମୃତକ କିଶୋର ନାମରେ ସରକାର ୮ ଲକ୍ଷ ଟଙ୍କା ପୁରୁସ୍କାର ରାଶି ଘୋଷଣା କରିଥିବା ବେଳେ ତାର ଘର ଛତିଶଗଡ଼ର ବସ୍ତର ଜିଲ୍ଲା ଅନ୍ତର୍ଗତ ଚନ୍ଦାମେଟା ଗ୍ରାମର ବୋଲି ଜଣାପଡ଼ିଛି। ମିଳିତ ଅପରେସନ ବେଳେ ଯୋଡ଼ାମ୍ବ ଗ୍ରାମର ଲକ୍ଷ୍ମଣ ଗୋଲରୀ ନାମକ ମାଓବାଦୀକୁ ପୋଲିସ ଉଦ୍ଧାର କରି ଚିକିତ୍ସା କରାଉଛି। ଘଟଣାସ୍ତଳରୁ ପୁଲିସ ଗୋଟିଏ ଏକେ ୪୭ ରାଇଫଲ, ୩ଟି ଏକେ୪୭ ମାଗାଜିନ, ୪୦ ରାଉଣ୍ଡ ଗୁଳି, ଗୋଟିଏ ଆଇଇଡି, ୧୧ଟି ଡେଟୋନେଟର, ୨ଟି ମୋଟରୋଲା କମୁନିକେସନ ସେଟ ସହ ବହୁ ମାଓ ସାମଗ୍ରୀ ଓ ପତ୍ରିକା ଜବତ କରିଥିବା ଦକ୍ଷିଶ ପଶ୍ଚିମାଂଚଳ ଡି.ଆଇ.ଜି ସଫିନ ଅହମ୍ମଦ କେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

- Advertisement -

Hot this week

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

Related Articles

Popular Categories