www.samajalive.in
Friday, December 12, 2025
14.1 C
Bhubaneswar

ପରିସ୍ଥିତି ସ୍ବାଭାବିକ ହେବା ଯାଏଁ ହାଇକୋର୍ଟରେ ପୁଲିସ ଫୋର୍ସ ମୁତୟନ: ପୁଲିସ କମିଶନର

କଟକ: ହାଇକୋର୍ଟ ପରିସରରେ ଦୁଇ ଓକିଲ ଗୋଷ୍ଠୀଙ୍କ ଧସ୍ତାଧସ୍ତି, ଗଣ୍ଡଗୋଳ ପରେ ସେଠାରେ ପୁଲିସ ଫୋର୍ସ ମୁତୟନ ପ୍ରସଙ୍ଗରେ କଟକ-ଭୁବନେଶ୍ବର ପୁଲିସ କମିଶନର ସତ୍ୟଜିତ ମହାନ୍ତି ମୁହଁ ଖୋଲିଛନ୍ତି। ହାଇକୋର୍ଟରେ ପରିସ୍ଥିତି ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ସେଠାରେ ପୁଲିସ ଫୋର୍ସ ମୁତୟନ କରାଯିବ। ହାଇକୋର୍ଟ ପରିସରରେ ୨୦ରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସତ୍ୟଜିତ ମହାନ୍ତିଙ୍କ ସୂଚନା ଅନୁଯାୟୀ, ହାଇକୋର୍ଟ ରେଜିଷ୍ଟାର କୋର୍ଟ ପରିସରରେ ଓକିଲଙ୍କ ଆନ୍ଦୋଳନକୁ ନଜରରେ ରଖି ପୁଲିସ ଫୋର୍ସ ମୁତୟନ ପାଇଁ ଚିଠି ଲେଖିଥିଲେ। ତେଣୁ କୋର୍ଟରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। କୋର୍ଟରେ ମୁତୟନ ଥିବା ଜଣେ କନେଷ୍ଟବଳଙ୍କୁ ଅଟକ ରଖାଯାଇ ମାଡ ମରାଯାଇଥିବାରୁ ତାଙ୍କୁ ଉଦ୍ଧାର ପାଇଁ କୋର୍ଟ ପରିସରକୁ ପୁଲିସ ଯାଇଥିଲା। ସେହିପରି ଅନ୍ୟ ଏକ ସମୟରେ ଜଣେ ସାଧାରଣ ଲୋକ କୋର୍ଟ ପରିସରରେ ଅଟକ ଥିବାରୁ ତାଙ୍କୁ ଉଦ୍ଧାର ପାଇଁ ମଧ୍ୟ ପୁଲିସ ଯାଇଥିଲା। 

- Advertisement -

ସୂଚନାଯୋଗ୍ୟ ଯେ, ସୋମବାରର ଆନ୍ଦୋଳନକୁ ନେଇ ହାଇକୋର୍ଟର ଦୁଇ ଆଇନଜୀବୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାକୁ ନେଇ ଲାଲବାଗ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଏ ପ୍ରସଙ୍ଗରେ ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories