www.samajalive.in
Friday, December 12, 2025
26.1 C
Bhubaneswar

ବଦଳିବ ପ୍ରତିଷ୍ଠିତ ଥାନାର ଗଠନ ଶୈଳୀ, ପରିବେଶରେ ହେବ ପରିବର୍ତ୍ତନ, ଦିବ୍ୟାଙ୍ଗଙ୍କ ପାଇଁ ଥାନାରେ ସ୍ବତନ୍ତ୍ର ବ୍ୟବସ୍ଥା : ଡ଼ିଜି

ଭୁବନେଶ୍ବର : ରାଜ୍ୟର ପ୍ରତିଷ୍ଠିତ ଥାନାଗୁଡ଼ିକର ଗଠନ ସମ୍ବନ୍ଧୀୟ ରୂପରେଖରେ ପରିବର୍ତ୍ତନ କରାଯିବ। ସହରାଞ୍ଚଳରେ ଥିବା କେତେକ ପ୍ରତିଷ୍ଠିତ ଥାନାଗୁଡ଼ିକର ଗଠନ ସମ୍ବନ୍ଧୀୟ ରୂପରେଖ ବଦଳା ଯିବା ଲାଗି ଯୋଜନା ଆରମ୍ଭ ହୋଇଛି। ଏନେଇ ଓଡ଼ିଶା ପୁଲିସ ପକ୍ଷରୁ ଓଡ଼ିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନ୍‌କୁ ପ୍ରସ୍ତାବ ଦିଆଯାଇଛି। ଏସବୁ ଥାନାଗୁଡ଼ିକର ରୂପରେଖ କିଭଳି ହେବ ଏହାର ରୂପରେଖ ମିଳିବା ପରେ କାର୍ଯ୍ୟାରମ୍ଭ ହେବ ବୋଲି ପୁଲିସ ମହାନିର୍ଦେଶକ ବିଜୟ ଶର୍ମା ସୂଚନା ଦେଇଛନ୍ତି। ଉଦାହରଣ ଦେଇ ଶ୍ରୀ ଶର୍ମା କହିଥିଲେ, ପ୍ରତିଷ୍ଠିତ ଶ୍ରୀ ଲିଙ୍ଗରାଜ ଥାନା ଏବଂ କୋଣାର୍କ ଥାନାର ରୂପରେଖ ତଦନୁଯାୟୀ ବଦଳାଯିବ। ଶ୍ରୀ ଲିଙ୍ଗରାଜ ମନ୍ଦିର ଢ଼ାଞ୍ଚାରେ ଶ୍ରୀ ଲିଙ୍ଗରାଜ ଥାନା ତିଆରି ହେବ। ସେହିପରି କୋଣାର୍କ ମନ୍ଦିର ଗଠନ ଶୈଳୀରେ ଥାନା ନିର୍ମାଣ କରାଯିବ। ଐତିହ୍ୟ ଅଞ୍ଚଳର ଥାନାଗୁଡ଼ିକର ଗଠନ ସମ୍ବନ୍ଧୀୟ ରୂପରେଖ ସହିତ ଶିଳ୍ପାଞ୍ଚଳଗୁଡ଼ିକରେ ଥିବା ଥାନାଗୁଡ଼ିକ ମଧ୍ୟ ସେହି ଅନୁଯାୟୀ କରାଯିବ। ଅନୁଗୋଳ ଓ କଳିଙ୍ଗନଗରର ଥାନାଗୁଡ଼ିକ ଶିଳ୍ପାନୁଷ୍ଠାନ ଗଠନ ଶୈଳୀରେ ନିର୍ମାଣ କରାଯିବ।
ସହରାଞ୍ଚଳ ଥାନାଗୁଡ଼ିକର ପରିବେଶରେ ଉନ୍ନତି ଅଣାଯିବା ସହିତ ଏକ ବନ୍ଧୁତ୍ବ ପରିବେଶ ସୃଷ୍ଟି କରିବା ଲାଗି ଉଦ୍ୟମ କରାଯାଉଛି। ସହରାଞ୍ଚଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଥାନାଗୁଡ଼ିକର ପରିବେଶ ପରିବର୍ତ୍ତନ କରାଯିବ। ସହରାଞ୍ଚଳର ଥାନାଗୁଡ଼ିକୁ ଯିବା ସମୟରେ ସାମ୍‌ନାରେ ଜବତ ଓ ପୁରୁଣା ଗାଡ଼ିଗୁଡ଼ିକ ବିକ୍ଷିପ୍ତ ହୋଇପଡ଼ିଥିବା ଦେଖିବାକୁ ମିଳେ। ଥାନାର ଏଭଳି ପରିବେଶକୁ ବଦଳାଇବା ଲାଗି ଜବତ ଯାନବାହନକୁ ଅନ୍ୟତ୍ର ସଂରକ୍ଷିତ କରି ରଖିବା ଲାଗି ପଦକ୍ଷେପ ନିଆଯାଉଛି। କମିସନରେଟ୍‌ ପୁଲିସର ଭୁବନେଶ୍ବର ସହରାଞ୍ଚଳରେ ବିଭିନ୍ନ ଥାନାଗୁଡ଼ିକର ଏସବୁ ଜବତ ଯାନବାହନକୁ ରଖିବା ଲାଗି ଏକ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇଛି। ବାଲିଅନ୍ତା ନିକଟରେ ଏନେଇ ୫ ଏଜର ଜମି ଚିହ୍ନଟ କରାଯାଇଛି। ଜବତ ସାମଗ୍ରୀକୁ ରଖିବା ଲାଗି ଏଠାରେ ଭିତ୍ତିଭୂମି ନିର୍ମାଣ କରାଯିବ। ଥାନାରେ ଜବତ ହେଉଥିବା ଦୁଇ ଚକିଆ ଓ ଚାରି ଚକିଆ ଯାନଗୁଡ଼ିକୁ ସଂରକ୍ଷଣ କରିବା ପାଇଁ ସ୍ଥାନ ନିରୂପଣ କରାଯିବ। ଜବତ ଯାନବାହନକୁ ସୁରୁଖୁରୁରେ କିଭଳି ରଖାଯିବ ସେନେଇ ବନ୍ଦୋବସ୍ତ କରାଯିବ। ଗତକାଲି ଏନେଇ ପୁଲିସ ହାଉସିଂ କର୍ପୋରେସନ୍‌କୁ ଏହି ପ୍ରକଳ୍ପ ବାବଦରେ ନକ୍ସା ପ୍ରସ୍ତୁତ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଜବତ ଗାଡ଼ିଗୁଡ଼ିକର କିଏ ଦାୟିତ୍ବ ନେବ ଏବଂ ସୁରକ୍ଷା ଓ ନିରାପତ୍ତା ଦାୟିତ୍ବ କାହା ଉପରେ ନ୍ୟସ୍ତ କରାଯିବ ଏନେଇ ପୁଲିସ ହାଉସିଂ କର୍ପୋରେସନ୍ ଦାୟିତ୍ବ ନେଇଥିବା ମହାନିର୍ଦେଶକ ଶ୍ରୀ ଶର୍ମା ସୂଚନା ଦେଇଛନ୍ତି। ଥାନାରେ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ। ଥାନାର ଦୈନିକ ଆବଶ୍ୟକତା ପୂରଣ କରିବା ଲାଗି ରାଜ୍ୟ ସରକାର ନିକଟରେ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି। ନାଗରିକମାନଙ୍କୁ ଥାନା‌ରେ କିଭଳି ସୁଖଦ ଅନୁଭୂତି ମିଳିବ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। ନାଗରିକଙ୍କୁ ବସିବା ଲାଗି ଭଲ ଚୌକି, ଥଣ୍ଡା ପାନୀୟ ଜଳ, ଅଭିଯୋଗ ଲେଖିବା ପାଇଁ କାଗଜ  ଏମିତି ଅନେକ କିଛି ମୌଳିକ ସୁବିଧା କରାଯିବାକୁ ଯୋଜନା କରାଯାଉଛି। ଏହାବ୍ୟତୀତ ଥାନାରେ ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ, ଶୌଚାଳୟ ଆଦି ବନ୍ଦୋବସ୍ତ କରାଯିବ। ଥାନାକୁ ଅଭିଯୋଗକାରୀଙ୍କ ସହିତ ହେଉ ବା କର୍ମଚାରୀଙ୍କ ଛୋଟ ପିଲାମାନଙ୍କ ପାଇଁ ଖେଳକୁଦର ବନ୍ଦୋବସ୍ତ ଆଦି ରହିବ ବୋଲି ସେ କହିଛନ୍ତି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories