www.samajalive.in
Friday, December 12, 2025
27.1 C
Bhubaneswar

ମୋଦୀ-ପାୱାର ସାକ୍ଷାତ ଆଲୋଚନା ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ଲାଗି ରହିଥିବା ସରଗରମ ରାଜନୈତିକ ବାତାବରଣ ମଧ୍ୟରେ ଏନସିପି ସୁପ୍ରିମୋ ଶରଦ ପାୱାର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁୁ ସାକ୍ଷାତ କରିଛନ୍ତି । ସଂସଦ ଭବନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବା ସମୟରେ ସେ ମହାରାଷ୍ଟ୍ରର କୃଷକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିବା କହିଛନ୍ତି। କିନ୍ତୁ ଏହି ସକ୍ଷାତ ଆଲୋଚନାକୁ ନେଇ ରାଜନୈତିକ ମହଲରେ ଜୋରସୋର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ସଂସଦ ଭବନରେ ସାକ୍ଷାତ ଆଲୋଚନା
ଏନସିପି ମୁଖ୍ୟ ଶରଦ ପାୱାର ବୁଧବାର ସଂସଦ ଭବନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁୁ ସାକ୍ଷାତ କରି ମହାରାଷ୍ଟ୍ରରେ କୃଷକଙ୍କ ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଅବଗତ କରାଇଛନ୍ତି। ଫସଲ ହାନୀ ଏବଂ ରାଜ୍ୟରେ ବୃଦ୍ଧି ପାଉଥିବା କୃଷି ସମସ୍ୟାରେ ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବା ପାଇଁ ଦାବି କରିଛନ୍ତି। ତେବେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଲାଗିରହିଥିବା ଅନିଶ୍ଚିତତା ମଧ୍ୟରେ ପ୍ରଧାନମନ୍ତ୍ରୀ ଏବଂ ପାୱାରଙ୍କ ମଧ୍ୟରେ ଏହି ସାକ୍ଷାତ ଆଲୋଚନା ହୋଇଛି। ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଏନସିପି, କଂଗ୍ରେସ ଓ ଶିବସେନା ମଧ୍ୟରେ ଆଲୋଚନା ଜାରି ରହିଛି।
କୃଷକଙ୍କ ପ୍ରମୁଖ ସମସ୍ୟା
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ଶ୍ରୀ ପାୱାରଙ୍କ ମଧ୍ୟରେ ଏହି ସାକ୍ଷାତ ଆଲୋଚନା ସମୟରେ ଶ୍ରୀ ପାୱାର ତିନି ପୃଷ୍ଠା ସମ୍ବଳିତ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ନାସିକ ଜିଲ୍ଲାରେ ସୋୟାବିନ୍‍, ଧାନ, ମକା, ବାଜରା ଏବଂ ଟମାଟେ ଓ ପିଆଜ ଭଳି ଫସଲ ଶେଷ ତଥା ଅମଳ ଉପଯୋଗୀ ସମୟରେ ଥିଲା କିନ୍ତୁ ଅଦିନିଆ ବର୍ଷା ଯୋଗୁଁ ସଂମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେହିପରି ବିଗତ ୧୦ ମାସରେ ମହାରାଷ୍ଟ୍ରରେ ୪୪ଜଣ କୃଷକ ଆତ୍ମହତ୍ୟା କରିଥିବା ଶ୍ରୀ ପାୱାର କହିଛନ୍ତି।
ଅଦିନିଆ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ୫୪.୨୨ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଫସଲ ନଷ୍ଟ ହୋଇଥିବା ଶ୍ରୀ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। କୃଷକଙ୍କ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories