www.samajalive.in
Friday, December 12, 2025
23.1 C
Bhubaneswar

ରାତି ୯ଟା – କଟକ ବାଲିଯାତ୍ରା ଗାଡି ପାର୍କିଙ୍ଗ ଓ ଭିଡ ଅପଡେଟ

ସତର୍କତା
– ମୋବାଇଲ, ଅଳଙ୍କାର ଓ ପର୍ସ ଧ୍ୟାନରେ ରଖନ୍ତୁ
– ଧାଡିରେ ଯିବା ଆସିବା କରନ୍ତୁ
– ଛୋଟ ପିଲାଙ୍କ ହାତ ଧରି ନିଅନ୍ତୁ ଓ ସେମାନଙ୍କୁ ଆପଣଙ୍କ ଆଗରେ ଯିବାକୁ ଦିଅନ୍ତୁ
– ବୟସ୍କ ବ୍ୟକ୍ତିମାନଙ୍କୁ ସହଜରେ ଯିବା ପାଇଁ ସାହାଯ୍ୟ କରନ୍ତୁ
– ଦରକାର ପଡିଲେ ସେଠାରେ ଥିବା ପୁଲିସ, ସ୍ବେଚ୍ଛାସେବୀଙ୍କ ସାହାଯ୍ୟ ନିଅନ୍ତୁ
– ମୁହଁରେ କପଡା ବାନ୍ଧି ଯାଆନ୍ତୁ
– ଅଣନିଶ୍ୱାସୀ ଲାଗିଲେ ତୁରନ୍ତ ବାଲିଯାତ୍ରା ପଡିଆ ପଛ କିମ୍ୱା ମୁକ୍ତ ସ୍ଥାନକୁ ଚାଲି ଯାଆନ୍ତୁ

ରାସ୍ତା
ଜୋବ୍ରାରୁ ମାତା ମଠ, ମାତା ମଠରୁ ବାଲିଯାତ୍ରା ପଡିଆ, ଗୋରା କବରରୁ କ୍ୟାଣ୍ଟନମେଣ୍ଟ ପୁଲିସ ଷ୍ଟେସନ, ଚହଟା ଘାଟରୁ କ୍ୟାଣ୍ଟନମେଣ୍ଟ ପୁଲିସ ଷ୍ଟେସନ, ସତୀ ଚଉରାରୁ ଚହଟା ଘାଟ, ବେଲ ଭ୍ୟୁ ଛକରୁ ଚହଟା ଘାଟ, ଭୂଆସୁଣୀରୁ ଚହଟା ଘାଟ, ବକ୍ସି ବଜାର ସମାଜ ଅଫିସରୁ ଏନସିସି ଅଫିସ ଏବଂ ଚଣ୍ଡୀମନ୍ଦିର ଛକରେ ଭିଡ ନିୟନ୍ତ୍ରଣରେ ଅଛି। ଏହି ସବୁ ରାସ୍ତା ଦେଇ ବାଲିଯାତ୍ରା ପଡିଆକୁ ଯାଇହେବ।

- Advertisement -

ପାର୍କିଙ୍ଗରୁ ଗାଡି କାଢ଼ିବା ପରେ କେବଳ ପ୍ରସ୍ଥାନ ଦେଇ ବାହାରନ୍ତୁ ଓ ଫେରିବା ସମୟରେ ବାଲିଯାତ୍ରା ପଡ଼ିଆରୁ ଯୋବ୍ରା ଆନିକଟ, ଶିଖରପୁର କିମ୍ବା ହାଇକୋର୍ଟ ଛକ ପର୍ଯ୍ୟନ୍ତ ସର୍ବାଧିକ ଘଣ୍ଟା ପ୍ରତି ୨୦ରୁ ୩୦ କିଲୋମିଟର ବେଗରେ ଗାଡି ଚଲାନ୍ତୁ।

ଦୁଇ ଚକିଆ ଯାନ
(ରଖିପାରିବେ) – ମୁଣ୍ଡା ସାହି ମୁଖ୍ୟ ପାର୍କିଙ୍ଗ, ମୁଣ୍ଡା ସାହି ପଶ୍ଚିମ ପଟ ପାର୍କିଙ୍ଗ, ମୁଣ୍ଡା ସାହି ଉତ୍ତର ପଟ ପାର୍କିଙ୍ଗ, ଦୟାଶ୍ରାମ ସାମ୍ନା, ଭୂଆସୁଣୀ ପଡିଆ, ଗୋରା କବର ପଡିଆ, କେମ୍ବ୍ବ୍ରିଜ ସ୍କୁଲ ପଡିଆ, ସେଣ୍ଟ ଜୋସେଫ ସ୍କୁଲ ପଡିଆ, ଏବଂ ବକଲି ବାଳିକା ବିଦ୍ୟାଳୟ ପଡିଆରେ ଦୁଇ ଚକିଆ ଯାନ ରଖି ପାରିବେ।

(ରଖିପାରିବେ ନାହିଁ) – କାର୍ତ୍ତିକେଶ୍ୱର ଗଡା ପୂର୍ବ ଏବଂ ପଶ୍ଚିମ ପଟ ପାର୍କିଙ୍ଗ ସ୍ଥଳ ପୂର୍ଣ୍ଣ ହୋଇଥିବାରୁ ଦୁଇ ଚକିଆ ଯାନ ରଖି ପାରିବେ ନାହିଁ।

ଚାରି ଚକିଆ ଯାନ
(ରଖିପାରିବେ) – ମୁଣ୍ଡା ସାହି ମୁଖ୍ୟ ପାର୍କିଙ୍ଗ, ମୁଣ୍ଡା ସାହି ପଶ୍ଚିମ ପଟ ପାର୍କିଙ୍ଗ, ମୁଣ୍ଡା ସାହି ଉତ୍ତର ପଟ ପାର୍କିଙ୍ଗ, ଭୂଆସୁଣୀ ପଡିଆ, ହାଡ଼ିଆ ପଠା, ବୋଷ ପଡିଆ ଓ ଭୂଆସୁଣୀ ପଡିଆ ବାମ ପାର୍ଶ୍ୱରେ ଦୁଇ ଚକିଆ ଯାନ ରଖିପାରିବେ।

(ରଖିପାରିବେ ନାହିଁ) – ଖ୍ରୀଷ୍ଟିଆନ ପଡିଆରେ ଚାରିଚକିଆ ଯାନ ରଖିହେବ ନାହିଁ।

 

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories