www.samajalive.in
Friday, December 12, 2025
26.1 C
Bhubaneswar

ଠକେଇ ଅଭିଯୋଗରେ ୨ ବ୍ୟାଙ୍କ ଅଧିକାରୀ ଗିରଫ

ଭୁବନେଶ୍ବର: ୧କୋଟି ୯୬ ଲକ୍ଷ ଟଙ୍କାର ଋଣ ମଞ୍ଜୁର କରି ଥିବାରୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଦୁଇ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରିଛି। ଏହି ବ୍ୟାଙ୍କ ଜାଲିଆତି ଘଟଣାରେ ବୁର୍ଲାସ୍ଥିତ ସିଣ୍ଡିକେଟ୍‌ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ସୁବାସ ଚନ୍ଦ୍ର ଦାସ ଏବଂ ପୂର୍ବତନ ସହକାରୀ ପରିଚାଳକ ମାରିଆନସ୍‌ ଲାକ୍ରାଙ୍କୁ ଗିରଫ କରିବା ପରେ ସେମାନଙ୍କୁ ସମ୍ବଲପୁର ସଦର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଛି।

ସୂଚନାରୁ ଜଣାପଡିଛି, ୨୦୧୪ରୁ ୨୦୧୬ ମଧ୍ୟରେ ବୁର୍ଲା ଶାଖା ପରିଚାଳକ ସୁବାସ ଚନ୍ଦ୍ର ଦାସ ଏବଂ ସହକାରୀ ପରିଚାଳକ ମାରିଆନସ୍‌ ଲାକ୍ରା ଥିବା ସମୟରେ ସିଣ୍ଡିକେଟ୍‌ କିଷାନ କାର୍ଡ଼ ଯୋଜନାରେ ୧୯୬ ଜଣଙ୍କୁ ୧ ଲକ୍ଷ ଟଙ୍କାର କୃଷି ଋଣ ପ୍ରଦାନ କରିଥିଲେ। ଜାଲ୍‌ କାଗଜପତ୍ରକୁ ଅସଲି ଦର୍ଶାଇ ଅନେକଙ୍କୁ ୧ ଲକ୍ଷ ଟଙ୍କାର ଋଣ ମଧ୍ୟ ପ୍ରଦାନ କରାଯାଇଥିଲା। ଯାହା ଫଳରେ ଅଧିକାଂଶ ଋଣ ପରିଶୋଧ ହୋଇ ନ ଥିଲା। କେତେକ ମୃତ ବ୍ୟକ୍ତିଙ୍କ ନାମରେ ଋଣ ମଞ୍ଜୁର ହୋଇଥିବା ଅର୍ଥନୈତିକ ଅପରାଧ ଶାଖା ଜାଣିପାରିଛି।

- Advertisement -

ଅର୍ଥନୈତିକ ଅପରାଧ ଶାଖା ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କୁ ସମ୍ବଲପୁର ସଦର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଛି। ପୂର୍ବରୁ ଚଳିତମାସ ୬ରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୭୧, ୪୦୯ ଓ ୧୨୦(ଖ)ରେ ଅପରାଧ ଶାଖାଏକ ମାମଲା ରୁଜୁ କରିଥିଲା। ସେହି ବ୍ୟାଙ୍କ ଅଧିକାରୀଙ୍କ ଘରୁ ଯାଞ୍ଚ କରାଯିବା ସମୟରେ କେତେକ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିବା ଜଣାପଡିଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories