www.samajalive.in
Saturday, December 6, 2025
23.1 C
Bhubaneswar

ସ୍ତ୍ରୀକୁ ହତ୍ୟା ପରେ ଅଖାରେ ମୃତଦେହ ଭର୍ତ୍ତିକରି ସ୍କୁଟରରେ ନେଉଥିଲା ସ୍ଵାମୀ, ଧରିଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ସ୍ତ୍ରୀକୁ ହତ୍ୟା ପରେ ମୃତଦେହକୁ ଅଖାରେ ଭର୍ତ୍ତିକରି ସ୍କୁଟରରେ ନେବାବେଳେ ପୁଲିସ ହାତରେ ଧରାପଡ଼ିଛି ସ୍ଵାମୀ। ମହାରାଷ୍ଟର ପୁଣେ ଜିଲା ନାନ୍ଦେଡ ସହରରୁ ଏହି ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ଅଭିଯୁକ୍ତ ସ୍ଵାମୀ ସ୍ତ୍ରୀର ମୃତଦେହକୁ ନିଜ ସ୍କୁଟରରେ ନେବା ସମୟରେ ଧରାପଡ଼ିବା ପରେ ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡ଼ିଛି।

ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ହେଉଛି ରାକେଶ ନିଶାର। ସେ ଧୟାରୀ ଅଞ୍ଚଳରେ ରହୁଛି। କୌଣସି କାରଣରୁ ଘରେ ଝଗଡ଼ା ହେବାରୁ ତା’ର ସ୍ତ୍ରୀ ବବିତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା। ମଙ୍ଗଳବାର ଭୋର ସମୟରେ ସେ ମୃତଦେହକୁ ଅଖାରେ ଭର୍ତ୍ତି କରି ନେଉଥିବା ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ପୁଲିସ ନାନ୍ଦେଡ ସହର ନିକଟବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାକେଶଙ୍କୁ ଅଟକାଇଥିଲା। ଯାଞ୍ଚ ବେଳେ ଏକ ଅଖା ଭିତରୁ ମୃତଦେହ ମିଳିଥିଲା। ପରେ ପୁଲିସ ରାକେଶକୁ ଗିରଫ କରି ତଦନ୍ତ ଚଳାଇଛି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories