www.samajalive.in
Saturday, December 6, 2025
26.1 C
Bhubaneswar

ଆସନ୍ତାକାଲି ମକ୍‌ଡ୍ରିଲ୍‌, ଦିନ ୪ଟାରେ ବାଜିବ ଯୁଦ୍ଧ ସାଇରନ୍‌

ଭୁବନେଶ୍ଵର: ରାଜ୍ୟରେ ମକ୍‌ଡ୍ରିଲ୍‌ ନେଇ ଗୃହ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକ ସରିବା ପରେ ଯୁଦ୍ଧ ପ୍ରସ୍ତୁତି ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ଡିଜିଙ୍କ କହିବାନୁସାରେ, ବୁଧବାର ଅପରାହ୍ନ ୪ଟାରେ ମକ୍‌ଡ୍ରିଲ ସାଇରନ୍‌ ବାଜିବ। ଆସନ୍ତାକାଲିଠାରୁ ପର୍ଯ୍ୟାୟକ୍ରମେ ସପ୍ତାହେ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ପ୍ରଥମ ପର୍ଯ୍ୟାୟ ବୁଧବାର ଉପକୂଳବର୍ତ୍ତୀ ଜିଲା ଓ ସହରାଞ୍ଚଳରେ ମକ୍‌ଡ୍ରିଲ୍‌ କରାଯିବ। ଶତ୍ରୁପକ୍ଷ ବିମାନ ଆକ୍ରମଣ କଲେ କ’ଣ କରାଯିବ ସେ ବିଷୟରେ ଲୋକଙ୍କୁ ସଚେତନ କରାଯିବ। ପ୍ରାୟ ୫ ମିନିଟ୍‌ ଧରି ସାଇରନ୍‌ ବାଜିବ ଏବଂ ମକ୍‌ ଡ୍ରିଲ୍‌ ଆରମ୍ଭ ହେବ। ପୁଣି ସାଇରନ୍ ବାଜିଲେ ମକ୍‌ଡ୍ରିଲ୍‌ ଶେଷ ହେଲା ବୋଲି ଜଣାପଡ଼ିବ। ଏଥିରେ ସାଧାରଣତଃ କଂକ୍ରିଟ୍‌ ଛାତ ତଳେ ରହିବାକୁ ପରାମର୍ଶ ଦିଆଯିବ। ଏଥିସହ ବସ୍ତି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଯୋଜନା କରାଯିବ।

ସୂଚନାଯୋଗ୍ୟ, ଆସନ୍ତାକାଲି ରାଜ୍ୟର ୧୨ଟି ସ୍ଥାନରେ ମକ୍‌ଡ୍ରିଲ୍‌ ହେବ। ତାଳଚେର, କୋରାପୁଟ, ବାଲେଶ୍ଵର, ଭୁବନେଶ୍ଵର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରପଡ଼ାରେ ମକ୍‌ଡ୍ରିଲ୍‌ କରାଯିବ। ମକ୍‌ଡ୍ରିଲ୍‌ ନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ର ଗୃହ ସଚିବଙ୍କ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟର ସବୁ ଜିଲାପାଳ ଓ ଅଧିକାରୀଙ୍କ ସହ ମୁଖ୍ୟ ସଚିବ ବୈଠକ କରିଛନ୍ତି। ସାରା ଦେଶରେ ଆସନ୍ତାକାଲି ୨୪୪ ଜିଲାରେ ମକ୍‌ଡ୍ରିଲ୍‌ ପାଇଁ ନିର୍ଦେଶ ଦିଆଯାଇଛି। ଶତ୍ରୁ ଆକ୍ରମଣ ସ୍ଥିତିରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories