www.samajalive.in
Wednesday, December 10, 2025
23.1 C
Bhubaneswar

୨ ବରିଷ୍ଠ ମହିଳା ସାମ୍ବାଦିକଙ୍କୁ ରାତି ଅଧିଆ ଗିରଫ କଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ଦୁଇ ବରିଷ୍ଠ ମହିଳା ସାମ୍ବାଦିକଙ୍କୁ ରାତି ଅଧିଆ ଗିରଫ କରାଯାଇଛି। ଘଟଣାଟି ଘଟିଛି ତେଲଙ୍ଗାନାର ହାଇଦ୍ରାବାଦ​ରେ। ମହିଳାଙ୍କ ଭୁଲ ହେଉଛି ସେମାନେ ଜଣେ କୃଷକଙ୍କ ସରକାରୀ ବିରୋଧୀ ମନ୍ତବ୍ୟକୁ ୟୁଟ୍ୟୁବ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଯେଉଁ କାରଣ ପାଇଁ ପୁଲିସ ରାତାରାତି ସେମାନଙ୍କୁ ଗିରଫ କରିଛି। ଏହାକୁ ତୀବ୍ର ବିରୋଧ କରିଛି ବିଜେପି। ଜରୁରିକାଳୀନ ସମୟରେ ଯେପରି ଗଣମାଧ୍ୟମର କଣ୍ଠରୋଧ କରାଯାଉଥିଲା ତେଲେଙ୍ଗାନା ସରକାର ସେପରି କାର୍ଯ୍ୟ କରୁଛନ୍ତି ବୋଲି ବିଜେପି କହିଛି।

ବରିଷ୍ଠ ସାମ୍ବାଦିକ ରେବତୀ ଏବଂ ତାଙ୍କ ସାଥୀ ତାନଭି ଯାଦବ ଏକ ଭିଡିଓ କ୍ଲିପକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଭିଡିଓଟିରେ ଜଣେ କୃଷକ ରାଜ୍ୟରେ କଂଗ୍ରେସ ସରକାର ସମୟରେ ତାଙ୍କ ସଂଘର୍ଷମୟ ଜୀବନକୁ ବଖାଣୁଛନ୍ତି। ଏହା ପରେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୪ଟାରେ ରେବତୀ ଏବଂ ତାନଭିଙ୍କୁ ପୁଲିସ ସେମାନଙ୍କ ଘରୁ ଉଠାଇ ନେଇଥିଲା। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ନିର୍ଦେଶରେ ସେମାନଙ୍କୁ ଗିରଫ କରାଯାଇଥିବା ବିଜେପି କହିଛି। ବିଆରଏସର କାର୍ଯ୍ୟକାରୀ ସଭାପତି କେ.ଟି. ରାମା ରାଓ କହିଛନ୍ତି, ସାମ୍ବାଦିକମାନଙ୍କ ଉପରେ ଏପରି ଜୁଲମ ଜରୁରୀ ପରିସ୍ଥିତିରେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ କଥା ମନେପକାଇ ଦେଉଛି ।

- Advertisement -

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories