www.samajalive.in
Wednesday, December 10, 2025
23.1 C
Bhubaneswar

ଦିନତମାମ ବିଦ୍ୟୁତ କାଟ, ଲୋକେ ଅତିଷ୍ଠ

ଲାଞ୍ଜିଗଡ଼ : ବିଦ୍ୟୁତ ବିଭାଗର ଲୁଚକାଳି ଖେଳ ଏବେ ଲୋକଙ୍କ ପାଇଁ କାଳ ସାଜିଛି । ବର୍ତ୍ତମାନର ଅସହ୍ୟ ଗରମ ଓ ଗୁଳୁଗୁଳି ହେଉଥିବାବେଳେ ୨୪ ଘଣ୍ଟାରୁ ୧୭ ଘଣ୍ଟା ବାରମ୍ବାର ବିଦ୍ୟୁତକାଟ ଯୋଗୁଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଲୋକେ ବହୁମାତ୍ରାରେ ଅତିଷ୍ଠ ହୋଇ ହୋଇପଡ଼ିଛନ୍ତି । ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି । ବିଦ୍ୟୁତ୍ ବିଭାଗ ଟାଟା କମ୍ପାନୀକୁ ଯିବା ପରେ ଲୋକେ ଉତ୍ତମ ଗୁଣବତ୍ତା ସେବା ପାଇବେ ବୋଲି ଆଶା କରିଥିଲେ । ତେବେ ଟାଟା କମ୍ପାନୀ ବିଦ୍ୟୁତ ବିଭାଗର ଦାୟିତ୍ବ ନେବା ପରେ ବିଦ୍ୟୁତ ଦେୟ ପରିମାଣ ବହୁ ପରିମାଣରେ ବଢ଼ିଲା ସିନା ଉତ୍ତମ ବିଦ୍ୟୁତ ସେବା ମିଳିଲା ନାହିଁ । ଯାହାକୁ ନେଇ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଜନଆକ୍ରୋଶ ତୀବ୍ର ହେବାରେ ଲାଗିଛି । ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ବ୍ଲକର ଦୁର୍ଗମ ଅଞ୍ଚଳରେ ଚୋରି ଓ ଦୁର୍ଘଟଣା ସଂଖ୍ୟା ବ୍ରୁଦ୍ଧି ପାଉଥିବାବେଳେ ଅନେକ ଛୋଟବଡ଼ ବିଦ୍ୟୁତ୍ ଚାଳିତ କଳକାରଖାନା ବନ୍ଦ ହୋଇଯାଇଛି । ସେହିପରି ବୃଦ୍ଧବୃଦ୍ଧା, ରୋଗୀ ଓ ଶିଶୁମାନେ ବିଦ୍ୟୁତକାଟ ଯୋଗୁଁ ତ୍ରାହିତ୍ରାହି ଡାକ ଛାଡ଼ୁଥିବାବେଳେ ଦିନତମାମ ବିଦ୍ୟୁତ ଯିବାଆସିବା ଲାଗି ରହିଥିବାରୁ ଗରିବଗୁରୁବାମାନେ ବିଦ୍ୟୁତ ସଂଯୋଗ ଥାଇ ବି ଅନ୍ଧାର ମଧ୍ୟରେ କାଳ କାଟୁଛନ୍ତି । ଦିନ ଓ ରାତିସାରା ଲୋକେ ପ୍ରବଳ ଗରମରେ ସିଝୁଥିବାବେଳେ ମଶା କାମୁଡ଼ା ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରିଦେଉଛି ।

ଅନ୍ୟ ପଟେ ବିଭାଗୀୟ ଯନ୍ତ୍ରୀ ମହାଶୟଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ ପାଇଁ ଚେଷ୍ଟା କଲେ ତାଙ୍କ ମୋବାଇଲ ଫୋନ ସୁଇଚ ଅଫ ଥାଏ ଏବଂ ଭାଗ୍ୟ ବସତଃ ଯଦି ବି କଲ ଲାଗିଲେ ସାର ଫୋନ ଉଠାନ୍ତି ନାହିଁ। କୌଣସି ଜାଗାରେ ତାର ଛିଣ୍ଡି ଯାଇଥିବ,ଗଛ ପଡିଥିବ କି କୌଣସ ଜାଗାରେ ତାରରୁ ନିଆଁ ବାହାରିବା ଦେଖିଲେ ହିଁ ଲୋକେ ବିଭାଗୀୟ ଯନ୍ତ୍ରୀଙ୍କୁ କଲ କରନ୍ତି ନଚେତ ଅଞ୍ଚଳରେ ବିଦ୍ୟୁତ୍ ନଥିଲେ ହିଁ ଫୋନ କରନ୍ତି କିନ୍ତୁ ସାର ଫୋନ ଅଫ କରି ପଡୋଶୀ ଜିଲ୍ଲା ଅମ୍ବାଦୋଲା ସ୍ଥିତ ବାସଭବନରେ ଏସି ଲଗାଇ ଆରାମରେ ଶୋଇଯାଆନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେବା ସହିତ ଘୋର ନିନ୍ଦା କରୁଛନ୍ତି ଅଞ୍ଚଳବାସୀ । ଏଣୁ ବିଦ୍ୟୁତସେବା ଅନୁପାତରେ ହିଁ ବିଦ୍ୟୁତ ବିଲ୍ ଦେବାକୁ ଜନସାଧାରଣ ମନସ୍ଥ କରିଥିବା ସୂଚନା ମିଳିଛି। ଏପରିକି *ବିଜୁଳି ନାହିଁ ତ ବିଲ୍ ଦେବୁ କାହିଁ ପାଇଁ” ଓ “ଲାଞ୍ଜିଗଡ଼ ଅଞ୍ଚଳକୁ ୨୪X୭ ନିରନ୍ତର ବିଦ୍ୟୁତ ଯୋଗାଉ ଥିବାରୁ ବିଦ୍ୟୁତ ବିଭାଗକୁ ଅଶେଷ ଅଶେଷ ଧନ୍ୟବାଦ”* ଶୀର୍ଷକ ଏବେ ସୋସିଆଲ୍ ମିଡ଼ିଆରେ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଛି । ଏପରି ହେଲେ ଆଗାମୀ ଦିନରେ ବିଦ୍ୟୁତ ବିଭାଗର ରାଜସ୍ବ ଓ ଆୟ ଆଶାତୀତ ଭାବେ ହ୍ରାସ ପାଇବ ବୋଲି ମତ ପ୍ରକାଶ ପାଉଛି । ଏଣୁ ବିଦ୍ୟୁତ ବିଭାଗ ବିଦ୍ୟୁତସେବା ଓ ବିଦ୍ୟୁତ ଯୋଗାଣରେ ସୁଧାର ନଆଣିଲେ କମ୍ପାନୀକୁ ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ଅଞ୍ଚଳରେ ଆଲୋଚନା ଜୋର ଧରିଛି ।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories