www.samajalive.in
Saturday, December 6, 2025
15.1 C
Bhubaneswar

ଓଡିଶାରେ ହଟହଟା ହେଲେ ଆନ୍ଧ୍ର ପୁଲିସ

ପାରାଦୀପ: ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆସି ଅଭିଯୁକ୍ତ ପାଲଟିଲେ ଆନ୍ଧ୍ର ପୁଲିସ । ଏଭଳି ଏକ ଅଭାବନୀୟ ଘଟଣା ଜଗତସିଂହପୁର ଜିଲା ପାରାଦ୍ୱୀପ ପାରାଦୀପଗଡ଼ ଗ୍ରାମରେ ଘଟିଛି । ସୂଚନା ଅନୁଯାୟୀ, ଏକ ଚେକ୍ ବାଉନ୍ସ ମାମଲାରେ ଜଣେ ୱାରେଣ୍ଟିକୁ ଧରିବାକୁ ଆନ୍ଧ୍ର ପୁଲିସ ଟିମ୍ ଜଗତସିଂହପୁର ଜିଲା ପାରାଦୀପଗଡ଼ ଗ୍ରାମରେ ପହଞ୍ଚିଥିଲା । ସେମାନେ ସାଧା ପୋଷାକ ପିନ୍ଧି ଥିବାରୁ ସ୍ଥାନୀୟଲୋକେ ସେମାନଙ୍କୁ ଚିହ୍ନି ପାରିନଥିଲେ । ଗ୍ରାମବାସୀ ସେମାନଙ୍କୁ କାବୁ କରି ମାଡ ମାରିବା ସହ ସ୍ଥାନୀୟ ଲଜ୍ ଥାନାରେ ପୁଲିସ୍ ଜିମା ଦେଇଥିଲେ । ପରେ ଥାନାରେ ସେମାନେ ଆନ୍ଧ୍ରପ୍ରଦେଶ ପୁଲିସ ବୋଲି ଜଣାପଡିଥିଲା । ଘରର ମହିଳାଙ୍କୁ ସେମାନେ ବଳାତ୍କାର ଉଦ୍ୟମ କରିଥିବା ୱାରେଣ୍ଟି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆନ୍ଧ୍ରପ୍ରଦେଶର ଏହି ପୁଲିସ୍ ଟିମ୍ ୱାରେଣ୍ଟିଙ୍କ ପରିବାର ବିରୋଧରେ ପାଲଟା ଏତଲା ଦେଇଥିବା ଜଣାପଡିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories