www.samajalive.in
Sunday, December 7, 2025
26.1 C
Bhubaneswar

ଗୃହ ଋଣ ଉପରେ ସୁଧ ହ୍ରାସକଲା ପିଏନବି

ନୂଆଦିଲ୍ଲୀ: ପାର୍ବଣ ଋତୁରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା ଏକାଧିକ ଅଫର ମଧ୍ୟରେ ଗୃହଋଣ ଉପରେ ସୁଧ ହାର ହ୍ରାସ କରାଯାଇଛି। ଏଥିରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ଉପରେ ସୁଧହାର ୫୦ ବେସିସ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ପିଏନବି ପକ୍ଷରୁ ଘୋଷଣା କରାଯାଇଛି ଯେ ଏବେ ଗୃହଋଣ ଉପରେ ସୁଧ ହାର ୬.୬୦% ଲାଗୁହେବ। ଏଥିପାଇଁ ଋଣ ରାଶି କ୍ଷେତ୍ରରେ କିଛି ସର୍ବୋଚ୍ଚ ସୀମା ରହିବନାହିଁ। ଏହା ଆବେଦନକାରୀଙ୍କ କ୍ରେଡିଟ ସ୍କୋର ସହିତ ସଂଯୁକ୍ତ ହେବ। ପିଏନବି ପୂର୍ବରୁ ଗୃହଋଣ, ଗାଡି ଋଣ, ବ୍ୟକ୍ତିଗତ ଋଣ, ପେନସନ ଋଣ, ସ୍ୱଣ୍ଣଁ ଋଣ ଆଦି ଉପରୁ ସର୍ଭିସ ଚାର୍ଜ/ ପ୍ରକ୍ରିୟାକରଣ ଦେୟ ଛାଡ କରିଛି। ଏଥିସହିତ ପିଏନବି ଇତିମଧ୍ୟରେ ଆଇଆଇଏଫଏଲ ସହିତ ସହ-ଋଣ ପ୍ରଦାନ ରାଜିନାମାରେ ସ୍ୱାକ୍ଷର କରିଛି। ଏହାଦ୍ୱାରା ଆର୍ଥିକ ଦୃଷ୍ଟିରୁ ଅବହେଳିତ ଏବଂ ପଛୁଆ ବର୍ଗଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଉନ୍ନତି ଘଟିବ। ପିଏନବିର ମହାପ୍ରବନ୍ଧକ ଆଲୋକ କେ ଗୋଏଲ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି କାର୍ଯ୍ୟକ୍ରମରେ ପିଏନବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶଖ ସ୍ୱରୂପ କୁମାର ସାହା ଏବଂ ସିଜିଏମ ସୁରେନ୍ଦ୍ର କୁମାର ଦୀକ୍ଷିତ ଉପସ୍ଥିତ ଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories