ପିଏନବିର ପାର୍ବଣ ଅଫର; ଋଣ ପ୍ରକ୍ରିୟାକରଣ ଦେୟ ଛାଡ
ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦେଶବାସୀଙ୍କ ପାଇଁ ପାର୍ବଣ ଅଫର ଆରମ୍ଭ କରିଛି। ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଋଣ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହା ଋଣ ସର୍ଭିସ ଚାର୍ଜ / ପ୍ରକ୍ରିୟାକରଣ ଦେୟକୁ ଛାଡ କରିଛି। ଗୃହଋଣ, ଗାଡି ଋଣ, ମାଇଁ ପ୍ରପର୍ଟି ଋଣ, ବ୍ୟକ୍ତିଗତ ଋଣ, ପେନସନ ଋଣ ଏବଂ ସ୍ୱର୍ଣ୍ଣ ଋଣ ଆଦି କ୍ଷେତ୍ରରେ ଏହା ଲାଗୁହେବ। ଏଥିସହିତ ପିଏନବି ସଂପ୍ରତି ଗୃହ ଋଣ ଉପରେ ସୁଧହାର ୬.୮୦%ରୁ ଆରମ୍ଭ କରିଥିବାବେଳେ ଗାଡି ଋଣ ଉପରେ ସୁଧହାର ୭.୧୫%ରୁ ଆରମ୍ଭ କରୁଛି। ଏଥିସହିତ ଜନସାଧାରଣଙ୍କ ପାଇଁ ବ୍ୟକ୍ତିଗତ ଋଣ ଉପରେ ୮.୯୫% ସୁଧ ଲାଗୁ କରାଯାଉଛି, ଯାହା ଏହି ଶିଳ୍ପରେ ସର୍ବନିମ୍ନ। ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ। ଗ୍ରାହକମାନେ ଦେଶବ୍ୟାପୀ ପିଏନବି ଶାଖା ଅଥବା ଡିଜିଟାଲ ଚାନେଲ ଜରିଆରେ ଏହାର ଫାଇଦା ନେଇପାରିବେ।
Comments are closed.