ପଞ୍ଜାବ ନ୍ୟାସନ୍ୟାଲ ବ୍ୟାଙ୍କରେ ୩,୮୦୦ କୋଟି ଟଙ୍କାର ଆଉ ଏକ ଦୁର୍ନିତୀ !

ନୂଆଦିଲ୍ଲୀ . – ହୀରା ବ୍ୟବସାୟୀ ନୀରବ ମୋଦୀ ଓ ମେହୁଲ ଚୋକସୀ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କାର ଠକେଇ ଓ ଦୁର୍ନିତୀ କରିବା ପରେ ଏବେ ଆଉ ଏକ ଘୋଟାଲା ସାମ୍ନାକୁ ଆସିଛି । ଭୂଷଣ ପାଓ୍ୱାର ଆଣ୍ଡ ଷ୍ଟିଲ୍‌ ଲିମିଟେଡ୍‌ ୩,୮୦୦ କୋଟି ଟଙ୍କାର ଦୁର୍ନିତୀ ଓ ଠକେଇ କରିଥିବା କଥା ବ୍ୟାଙ୍କ ପକ୍ଷରୁ ଶନିବାରରେ ସୂଚନା ଦିଆଯାଇଛି ।

ଏହି ସୂଚନା ଆର୍‌ବିଆଇ ଦେଇଥିବା କଥା ପିଏନ୍‌ବି ପକ୍ଷରୁ କୁହାଯାଇଛି । କମ୍ପାନୀ ବ୍ୟାଙ୍କରୁ ଋଣ ନେବା ବେଳେ ଠକେଇ ଓ ବ୍ୟାଙ୍କ ସମୁହରୁ ଅର୍ଥ ନେବା ପାଇଁ ନିଜ ହିସାବରେ ଗଡବଡି କରିଥିବା କଥା ସାମ୍ନାକୁ ଆସିଛି । ବ୍ୟାଙ୍କ ଏ ବିଷୟରେ ସେୟାର ବଜାରକୁ ବି ସୂଚନା ଦେଇଛି ।

prayash

କମ୍ପାନୀ ନେଇଥିବା ୩,୮୦୫.୧୫ କୋଟି ଟଙ୍କାର ଋଣ ବିଷୟରେ ସିବିଆଇର ପ୍ରାଥମିକ ରିପୋର୍ଟ ଅନୁସାରେ ପିଏନ୍‌ବି ପକ୍ଷରୁ ଆରବିଆଇକୁ ରିପୋର୍ଟ ପ୍ରଦାନ କରିଛି । ଏହା ସହ ଏନ୍‌ସିଏଲ୍‌ଟିକୁ ମଧ୍ୟ ଏହି ରିପୋର୍ଟ ପ୍ରଦାନ କରାଯାଇଛି । କମ୍ପାନୀଠାରୁ ଋଣ ଆଦାୟ ପାଇଁ ଏବେ ଉଦ୍ୟମ କରାଯାଉଥିବା ପିଏନ୍‌ବି ପକ୍ଷରୁ ସୂଚନା ଦିଆଯାଇଛି ।

୨୦୧୮ ମସିହା ଫେବ୍ରୁଆରୀ ମାସରେ ହୀରା ବ୍ୟବସାୟୀ ନୀରବ ମୋଦୀ ଓ ମେହୁଲ ଚୋକସୀ ପିଏନ୍‌ବିରେ ୧୩ ହଜାର କୋଟି ଟଙ୍କାର ଋଣ ଦୁର୍ନିତୀ କରି ନେଇଥିବା କଥା ସାମ୍ନାକୁ ଆସିଥିଲା ।

kalyan agarbati

Comments are closed.