www.samajalive.in
Sunday, December 14, 2025
15.1 C
Bhubaneswar

‘ଅର୍ଡର ଅଫ ଜାୟେଦ’ ଗ୍ରହଣ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତ ପୂର୍ବରୁ ଭାରତ-ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ୀକରଣ ନେଇ ନିଜ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ମୋ ଫ୍ରାନ୍ସ ଗସ୍ତ ଉଭୟ ଦେଶ ମଧ୍ୟରେ ଦୃଢ଼ ରଣନୈତିକ ଭାଗିଦାରିତାକୁ ପ୍ରତିଫଳିତ କରୁଛି। ୨୦୧୯ ଅଗଷ୍ଟ ୨୨-୨୩ ମଧ୍ୟରେ ମୁଁ ଫ୍ରାନ୍ସରେ କେତେକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବି। ଏଥିରେ ସାମିଲ ରହିଛି ରାଷ୍ଟ୍ରପତି ମାକ୍ରନଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମ ଏବଂ ପ୍ରଧାନମନ୍ତ୍ରୀ ଫିଲିପଙ୍କ ସହ ଏକ ବୈଠକ। ମୁଁ ମଧ୍ୟ ଭାରତୀୟ ସମ୍ପ୍ରଦାୟଙ୍କ ସହ ଭାବ ବିନିମୟ କରିବି ଏବଂ ୧୯୫୦ ଓ ୧୯୬୦ରେ ଫ୍ରାନ୍ସରେ ଦୁଇଟି ଏୟାର ଇଣ୍ଡିଆ ଦୁର୍ଘଟଣା ଯୋଗୁ ପ୍ରାଣ ହରାଇଥିବା ଭାରତୀୟଙ୍କ ସ୍ମୃତିରେ ଏକ ସ୍ମାରକୀ ଉତ୍ସର୍ଗ କରିବି। ପରେ ଅଗଷ୍ଟ ୨୫-୨୬ ମଧ୍ୟରେ ରାଷ୍ଟ୍ରପତି ମାକ୍ରନଙ୍କ ନିମନ୍ତ୍ରଣ କ୍ରମେ ମୁଁ ବିଆରିଜ ପାର୍ଟନର ଭାବେ ଜି୭ ଶିଖର ସମ୍ମିଳନୀର ପରିବେଶ, ପାଣିପାଗ, ମହାସାଗର ଏବଂ ଡିଜିଟାଲ ରୂପାନ୍ତରଣ ଅଧିବେଶନରେ ଅଂଶଗ୍ରହଣ କରିବି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଓ ଫ୍ରାନ୍ସ ମଧ୍ୟରେ ଚମତ୍କାର ଦ୍ୱିପାକ୍ଷିକ ସମ୍ପର୍କ ରହିଛି ଏବଂ ଦୁଇ ଦେଶ ମଧ୍ୟରେ ଓ ବୃହତର ବିଶ୍ୱ ପରିପ୍ରେକ୍ଷୀରେ ଶାନ୍ତି ଓ ସମୃଦ୍ଧିକୁ ବୃଦ୍ଧି କରିବା ନେଇ ଉଭୟ ଦେଶ ଏକ ମିଳିତ ପରିକଳ୍ପନା ମାଧ୍ୟମରେ କାର୍ଯ୍ୟ କରୁଥିବାରୁ ଏହା ଅଧିକ ସୁଦୃଢ଼ ହୋଇଛି। ଦୁଇ ଦେଶ ମଧ୍ୟରେ ଦୃଢ଼ ରଣନୈତିକ ଏବଂ ଅର୍ଥନୈତିକ ଭାଗିଦାରିତା ସହିତ ସନ୍ତ୍ରାସବାଦ, ଜଳବାୟୁ ପରିବର୍ତନ ଭଳି ପ୍ରମୁଖ ବୈଶ୍ୱିକ ସମସ୍ୟା ଗୁଡିକର ସମାଧାନ ପାଇଁ ଆମେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଏହି ଗସ୍ତ ଫଳରେ ପାରସ୍ପରିକ ଶାନ୍ତି, ସମୃଦ୍ଧି ଏବଂ ପ୍ରଗତି ପାଇଁ ଫ୍ରାନ୍ସ ସହିତ ଆମର ଦୀର୍ଘ ଓ ମୂଲ୍ୟବାନ ବନ୍ଧୁତ୍ୱ ଅଧିକ ସୁଦୃଢ଼ ହେବ ବୋଲି ସେ କହିଛନ୍ତି।

- Advertisement -

ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସମୟରେ, ମୋଦୀ ଆବୁଧାବିର ରାଜକୁମାର ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ଓ ଆଂଚଳିକ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ବିଷୟ ଗୁଡିକ ସମ୍ବନ୍ଧରେ ଆଲୋଚନା କରିବେ। ସେଠାରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ ହେଵ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇ ସରକାରଙ୍କ ଦ୍ୱାରା ପ୍ରଦତ ଶ୍ରେଷ୍ଠ ନାଗରିକ ସମ୍ମାନ ‘ଅର୍ଡର ଅଫ ଜାୟେଦ’ ଗ୍ରହଣ କରିବେ ଓ ବିଦେଶରେ ନଗଦ ବିହୀନ କାରବାର ନେଟୱର୍କକୁ ପ୍ରସାରିତ କରିବା ପାଇଁ ଆନୁଷ୍ଠାନିକ ଭାବେ ରୁପେ କାର୍ଡର ଶୁଭାରମ୍ଭ କରିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories