www.samajalive.in
Monday, December 8, 2025
14.1 C
Bhubaneswar

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଗୁରୁବାର) ଦିନ ବାରାଣାସୀ ଗସ୍ତରେ ଯିବେ। ଏହି ଅବସରରେ ସେ ସେଠାରେ ପ୍ରାୟ ୧୫୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ସହ ଶିଳାନ୍ୟାସ କରିବେ।
ବନାରସ ହିନ୍ଦୁ  ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମେଡ଼ିକାଲ କଲେଜ ହସପିଟାଲରେ ୧୦୦ ଶଯ୍ୟାବିଶିଷ୍ଟ ଏମସିଏଚ ୱିଙ୍ଗ୍‍, ଗୋଡାଉଲିଆ ଠାରେ ଏକ ବିବିଧ ସ୍ତରୀୟ ପାର୍କିଂ ବ୍ୟବସ୍ଥା, ବାରାଣାସୀ ଗାଜିପୁର ଜାତୀୟ ରାଜପଥ ଉପରେ ଏକ ତିନିଲେନ ବିଶିଷ୍ଟ ଫ୍ଲାଏଓଭର ପ୍ରକଳ୍ପ ରହିଛି। ଏହିସବୁ ପ୍ରକଳ୍ପ ପ୍ରାୟ ୭୪୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ସେହିଭଳି ପ୍ରାୟ ୮୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଆଉ କେତେଗୋଟି ପ୍ରକଳ୍ପ ଓ ଜନକଲ୍ୟାଣ କାର୍ଯ୍ୟର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ। ସେଥିରେ କେନ୍ଦ୍ରୀୟ ପେଟ୍ରୋକେମିକାଲ୍‍ ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତି ପ୍ରତିଷ୍ଠାନ (ସିପେଟ) ସହାୟତାରେ ପ୍ରତିଷ୍ଠା ହେବାକୁ ଥିବା ଏକ କୌଶଳ ଓ ପ୍ରଯୁକ୍ତି ସହାୟକ କେନ୍ଦ୍ର, ଜଳ ଜୀବନ ମିଶନ ଅଧୀନରେ ୧୪୩ଟି ଗ୍ରାମାଞ୍ଚଳ ପ୍ରକଳ୍ପ ଓ ଆମ୍ବ ଓ ଅନ୍ୟାନ୍ୟ ପନିପରିବା ବିକ୍ରୟ ନିମନ୍ତେ କାରଖିଆନଭ ଠାରେ ନିର୍ମିତ ଏକ ସମନ୍ୱିତ କେନ୍ଦ୍ର ସାମିଲ ଅଛି।
ସେହିପରି ପ୍ରଧାନମନ୍ତ୍ରୀ ରୁଦ୍ରାକ୍ଷ ନାମକ ଏକ ଆନ୍ତର୍ଜାତିକ ସହଯୋଗ ଓ ସମ୍ମିଳନୀ କକ୍ଷକୁ ଉଦ୍‍ଘାଟନ କରିବେ ଯାହା ଜାପାନ ସରକାରଙ୍କ ସହାୟତାରେ ନିର୍ମିତ ହୋଇଛି। ଏହା ପରେ ବିଏଚୟୁର ମାତୃ ଓ ଶିଶୁ ସହାୟତା କେନ୍ଦ୍ର ପରିଦର୍ଶନ କରିବେ। ଏହି ଅବସରରେ ସେ ସେଠାକାର ଅଧିକାରୀ ଓ ମେଡ଼ିକାଲ କର୍ମଚାରୀମାନଙ୍କ ସହିତ କୋଭିଡ଼ ସଂକ୍ରମଣ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories