www.samajalive.in
Monday, December 15, 2025
26.1 C
Bhubaneswar

ଶକ୍ତି ଓ ଖଣି ଭଳି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଶକ୍ତି, ଅକ୍ଷୟ ଉର୍ଜା, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, କୋଇଲା ଏବଂ ଖଣି ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ରର ପ୍ରଗତିକୁ ସମୀକ୍ଷା କରିଛନ୍ତି । ଦୁଇ ଘଣ୍ଟା ଧରି ଚାଲିଥିବା ସମୀକ୍ଷା ବୈଠକରେ ଭିତ୍ତିଭୂମି କ୍ଷେତ୍ର ସହିତ ସଂପୃକ୍ତ ମନ୍ତ୍ରଣାଳୟ, ନୀତି ଆୟୋଗ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ ।

ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିବାହୀ ଅମିତାଭ କାନ୍ତଙ୍କ ଉପସ୍ଥାପନା ସମୟରେ ଜଣାପଡିଥିଲା ଯେ ଭାରତରେ ସ୍ଥାପିତ ଶକ୍ତି ଉତ୍ପାଦନ କ୍ଷମତା ୩୪୪ ଗିଗାୱାଟକୁ ବୃଦ୍ଧି ପାଇଛି । ଭାରତରେ ଶକ୍ତିର ନିଅଣ୍ଟ ୨୦୧୪ରେ ୪ ପ୍ରତିଶତରୁ ଉର୍ଦ୍ଧ୍ଵ ଥିଲାବେଳେ, ୨୦୧୮ରେ ଏହା ଏକ ପ୍ରତିଶତରୁ କମରେ ପହଞ୍ଚିଛି । ବିଦ୍ୟୁତ ସରବରାହ ଲାଇନ, ଟ୍ରାନ୍ସଫର୍ମର କ୍ଷମତା ଏବଂ ଆନ୍ତଃ-ଆଂଚଳିକ ସଂଚାରଣରେ ଆଖିଦୃଶିଆ କ୍ଷମତା ସଂଯୋଗ କରାଯାଇଛି । ବିଶ୍ୱ ବ୍ୟାଙ୍କର “ବିଦ୍ୟୁତ ଶକ୍ତି ଉପଲବ୍ଧିରେ ସହଜତା” ସୂଚକାଙ୍କରେ ୨୦୧୪ରେ ଭାରତର ସ୍ଥାନ ୯୯ ଥିଲାବେଳେ ଏହା ବୃଦ୍ଧି ପାଇ ସମ୍ପ୍ରତି ୨୬ରେ ପହଞ୍ଚିଛି । ସୌଭାଗ୍ୟ ଯୋଜନା ଅଧୀନରେ ଆବାସ ବିଦ୍ୟୁତକରଣ କ୍ଷେତ୍ରରେ ପ୍ରଗତିକୁ ସମୀକ୍ଷା କରାଯାଇଥିଲା । ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଶେଷ ମାଇଲ ସଂଯୋଗ ଉପରେ ଆଲୋଚନା କରାଯାଇଥିଲା । ନୂତନ ଓ ଅକ୍ଷୟ ଶକ୍ତିକ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ସ୍ଥାପିତ କ୍ଷମତା ବୃଦ୍ଧିପାଇ ପାଖାପାଖି ଦ୍ୱିଗୁଣିତ ହୋଇଛି । ୨୦୧୩-୧୪ରେ ଏହା ୫୩.୫ ଗିଗାୱାଟ ଥିଲା ବେଳେ ୨୦୧୭-୧୮ରେ ଏହା ପାଖାପାଖି ୭୦ ଗିଗାୱାଟରେ ପହଞ୍ଚିଛି। ସୌର ଶକ୍ତି କ୍ଷେତ୍ରରେ ସ୍ଥାପିତ କ୍ଷମତା ଏହି ସମୟ ମଧ୍ୟରେ ୨.୬ ଗିଗାୱାଟରୁ ୨୨ ଗିଗାୱାଟରେ ପହଞ୍ଚିଛି । ପଦାଧିକାରୀମାନେ ଆତ୍ମବିଶ୍ୱାସ ପ୍ରକଟ କରିଥିଲେ ଯେ ଭାରତ ସଠିକ ରାସ୍ତାରେ ଅଛି ଏବଂ ୨୦୨୨ ସୁଦ୍ଧା ସହଜରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୧୭୫ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ହାସଲ କରାଯାଇ ପାରିବ ।

- Advertisement -

ପଦାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଅନୁପ୍ରେରିତ କରିଥିଲେ ଯେ, ସୌର ପମ୍ପ, ବ୍ୟବହାର ସୁଲଭ ସୌର ରନ୍ଧନ ସମାଧାନ ପନ୍ଥା ଆଦି ଉପଯୁକ୍ତ ବ୍ୟବସ୍ଥା ମାଧ୍ୟମରେ ସୌର ଶକ୍ତି କ୍ଷମତା ବୃଦ୍ଧିର ଲାଭ କୃଷକମାନଙ୍କ ପାଖରେ ପହଂଚିବା ନେଇ ସେମାନେ ନିଶ୍ଚିତ କରନ୍ତୁ । ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଦେଖାଯାଉଛି ଯେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଧାର୍ଯ୍ୟ ଲକ୍ଷ୍ୟ ଚଳିତ ଆର୍ଥିକ ବର୍ଷରେ ସହଜରେ ହାସଲ କରାଯାଇ ପାରିବ । କୋଇଲା କ୍ଷେତ୍ରରେ ଉତ୍ପାଦନ କ୍ଷମତାକୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ ଆଲୋଚନାରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories