www.samajalive.in
Saturday, December 6, 2025
26.1 C
Bhubaneswar

ଲର୍ଡସରେ ଭାରତ-ଇଂଲଣ୍ଡ ଲଢ଼େଇ

ଲର୍ଡସ : ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ପ୍ରଥମ ଟେଷ୍ଟରେ ଇଂଲଣ୍ଡର ବିଜୟ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‍ ଗୁରୁବାରଠାରୁ କ୍ରିକେଟ୍‍ର ମକ୍କା ଲର୍ଡସ ଗ୍ରାଉଣ୍ଡରେ ଆରମ୍ଭ ହେଉଛି। ପ୍ରଥମ ଟେଷ୍ଟରେ କଷ୍ଟସାଧ୍ୟ ସ୍ଥିତିରେ ଥିବା ସତ୍ତ୍ବେ ବିଜୟୀହେବା ଘରୋଇ ଇଂଲଣ୍ଡ ଦଳକୁ ଉତ୍ସାହିତ କରିଛି। ଅନ୍ୟପକ୍ଷରେ ମ୍ୟାଚ୍‍ର ଅନ୍ତିମ ଓଭର ପର୍ଯ୍ୟନ୍ତ ଲଢ଼େଇ କରି ପରାସ୍ତ ହୋଇଥିବା ଭାରତକୁ ଦେଖାଇବାକୁ ପଡ଼ିବ ଯେ କାହିଁକି ଏହା ବିଶ୍ୱର ୧ ନମ୍ବର ଦଳ। ବର୍ମିଂହାମ୍‍ ଟେଷ୍ଟରେ ଭାରତର ସମସ୍ତ ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ ହେଁ ଉପର ଅର୍ଡର ବିଫଳ ହେବାରୁ ଭାରତ ପରାସ୍ତ ହୋଇଥିଲା। ଏହି ଦୁର୍ବଳତାକୁ ସଜାଡ଼ି ପାରିଲେ ଭାରତ ବିଜୟୀହୋଇ ସିରିଜ୍‍କୁ ଫେରିପାରିବ। କ୍ରିକେଟ୍‍ ପଣ୍ଡିତମାନେ ଇଂଲଣ୍ଡର ବିଜୟ ସମ୍ଭାବନା ଅଧିକ ବୋଲି କହୁଥିବା ବେଳେ ସେମାନଙ୍କୁ ଭୁଲ୍‍ ପ୍ରମାଣିତ କରିବାର ଦକ୍ଷତା ବିରାଟ ବାହିନୀର ରହିଛି।
ବର୍ମିଂହାମ୍‍ ପିଚ୍‍ ପେସ୍‍ ବୋଲିଂ ପାଇଁ ସହାୟକ ନଥିଲେ ହେଁ ଉଭୟ ଦେଶର ପେସ୍‍ ବୋଲର ଚମତ୍କାର ବୋଲିଂ କରିଥିଲେ। ପୁଣି ଭାରତୀୟ ଅଫ୍‍ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏହି ମ୍ୟାଚ୍‍ରେ ୭ଟି ୱିକେଟ ନେଇଥିବା ବେଳେ ଇଂଲଣ୍ଡର ଲେଗ୍‍ସ୍ପିନର ଆଦିଲ ରସିଦ୍‍ ୩ଟି ୱିକେଟ ନେଇଥିଲେ। ଏହା ତୁଳନାରେ ଲର୍ଡସର ପିଚ୍‍ ପେସ୍‍ ବୋଲିଂ ପାଇଁ ଅଧିକ ସହାୟକ ହେବ ବୋଲି ଆକଳନ କରାଯାଉଛି। ପିଚ୍‍ରେ କିଛି ଘାସରହିଛି। ଫଳରେ ଉଭୟ ଦଳର ପେସ୍‍ ବୋଲର ଏଥିରୁ ଯଥେଷ୍ଟ ଫାଇଦା ଉଠାଇବେ। ତେବେ ଭାରତୀୟ ଫାଷ୍ଟବୋଲର ଯଶପ୍ରୀତ୍‍ ବୁମ୍‍ରା ଏହି ଟେଷ୍ଟମ୍ୟାଚ୍‍ ଖେଳିବେ ବୋଲି ପୂର୍ବରୁ କୁହା ଯାଇଥିଲେ ହେଁ ମ୍ୟାଚ୍‍ର ପୂର୍ବ ସନ୍ଧ୍ୟାରେ ତାଙ୍କୁ ଏକାଦଶରୁ ବାଦ୍‍ ଦିଆଯାଇଛି। ଭାରତୀୟ ଏକାଦଶରେ ଗୋଟିଏ/ଦୁଇଟି ପରିବର୍ତ୍ତନ ହେବା ଅବଶ୍ୟମ୍ଭାବୀ। ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ବିଫଳ ହୋଇଥିବା କେ.ଏଲ୍‍. ରାହୁଲ କିମ୍ବା ଓପ୍‍ନର ଶିଖର ଧାୱନଙ୍କ ସ୍ଥାନରେ ଚେତେଶ୍ୱର ପୂଜାରା ଖେଳିପାରନ୍ତି। ଯଦି ଧାୱନ ନ ଖେଳନ୍ତି; ତେବେ ରାହୁଲ ଇନିଂସ ଓପନ୍‍ କରିବେ। ଏବେ ୩ ପେସ୍‍ ବୋଲର ମହମ୍ମଦ ସାମି, ଈଶାନ୍ତ ଶର୍ମା ଓ ଉମେଶ ଯାଦବ ଖେଳିବା ନିଶ୍ଚିତ ହୋଇଥିବା ବେଳେ ହାର୍ଦିକ ପାଣ୍ଡ୍ୟା ଖେଳିବା ନିଶ୍ଚିତ ନୁହେଁ। ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡ଼େଜା କିମ୍ବା କୁଲଦୀପ ଯାଦବଙ୍କୁ ଖେଳାଇବା କଥା ଭାରତ ଚିନ୍ତାକରୁଛି। ତେବେ ଲର୍ଡସରେ ପେସ୍‍ ବୋଲରଙ୍କୁ ସହାୟତା ମିଳିବାର ଥିବାରୁ ପାଣ୍ଡ୍ୟା ଆଉ ଏକ ସୁଯୋଗ ପାଇପାରନ୍ତି। ବିରାଟ କୋହଲି ନିଶ୍ଚିତ ଭାବେ ଇଂଲଣ୍ଡ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିବେ। ବର୍ମିଂହାମ୍‍ରେ କୋହଲି ଏକା ୨୦୦ ରନ୍‍ କରିଥିବା ବେଳେ ଅନ୍ୟ ସମସ୍ତେ ମିଶି ୨୧୪ ରନ୍‍ କରିଥିଲେ। ଏହାଯୋଗୁଁ ଭାରତ ପରାସ୍ତ ହୋଇଥିଲା। ସ୍ୱିଙ୍ଗ୍‍ ବୋଲିଂ ବିପକ୍ଷରେ ଭାରତୀୟଙ୍କ ଦୁର୍ବଳତା ପଦାରେ ପଡ଼ିଥିଲା। ଭାରତର ସଫଳତା ଲାଗି ମୁରଲୀ ବିଜୟ ଓ ଅଜିଙ୍କ୍ୟ ରାହାଣେଙ୍କୁ ରନ୍‍ କରିବାକୁ ପଡ଼ିବ। ଈଶାନ୍ତ ଶର୍ମା ଓ ମହମ୍ମଦ ସାମିଙ୍କ ବୋଲିଂ ଭାରତକୁ ଉତ୍ସାହିତ କରିଛି।
ଲର୍ଡସ ଇଂଲଣ୍ଡର ଏକ ସଫଳ ଗ୍ରାଉଣ୍ଡ। ଏଠାରେ ଇଂଲଣ୍ଡ ୧୩୪ ମ୍ୟାଚ୍‍ ଖେଳି ୫୩ଟି ଜିତିଥିବା ବେଳେ ୩୨ଟି ହାରିଛି। ତେବେ ଗତ ୫ ବର୍ଷରେ ଲର୍ଡସରେ ଇଂଲଣ୍ଡ ୪ଟି ହାରି ୩ଟି ଜିତିଛି। ୨୦୧୪ରେ ଏଠାରେ ଈଶାନ୍ତ ଶର୍ମା ୭୪ ରନ୍‍ଦେଇ ୭ଟି ୱିକେଟ ନେବାରୁ ଭାରତ ୯୫ ରନ୍‍ରେ ଜିତିଥିଲା। ଏହା ଭାରତକୁ ଉତ୍ସାହିତ କରିବ। ଇଂଲଣ୍ଡ ପାଇଁ ଚିନ୍ତାର ବିଷୟ ହେଉଛି ଏହାର ସଫଳତମ ଟେଷ୍ଟ ବ୍ୟାଟ୍‍ସମ୍ୟାନ୍‍ ଆଲଷ୍ଟାୟାର କୁକ୍‍ ଉଭୟ ଇନିଂସରେ ସମାନ ଢଙ୍ଗରେ ରବିିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‍ରେ ବୋଲ୍‍ଡ ହେବା।
ଇଂଲଣ୍ଡକୁ ବଡ଼ ସ୍କୋର୍‍ ଆଡ଼କୁ ନେବା ପାଇଁ କୁକ୍‍ଙ୍କୁ ଲମ୍ବା ସମୟ କ୍ରିଜ୍‍ରେ ରହିବାକୁ ପଡ଼ିବ। କୁକ୍‍ଙ୍କ ପରେ ଇଂଲଣ୍ଡର ଭଲ ବ୍ୟାଟ୍‍ସମ୍ୟାନ୍‍ ହେଉଛନ୍ତି ଅଧିନାୟକ ଜୋ ରୁଟ୍‍। ବର୍ମିଂହାମ୍‍ରେ ପ୍ରଥମ ଇନିଂସରେ ରୁଟ୍‍ ଚମତ୍କାର ବ୍ୟାଟିଂ କରିଥିଲେ। ସ୍ପିନ୍‍ ବିପକ୍ଷରେ ତାଙ୍କ ଚମତ୍କାର ଟେକ୍‍ନିକ ଯୋଗୁଁ ରୁଟ୍‍ଙ୍କୁ ଜଲ୍‍ଦି ଆଉଟ କରିବାକୁ ଭାରତ ଚାହିଁବ। ଇଂଲଣ୍ଡ ଦଳରୁ ଅଲ୍‍ରାଉଣ୍ଡର ବେନ୍‍ ଷ୍ଟୋକ୍‍ସ ବାଦ୍‍ପଡ଼ିବା ଏହା ପାଇଁ ଶକ୍ତ ଧକ୍କା ପରି ହୋଇଛି। ଷ୍ଟୋକ୍‍ସ ପ୍ରଥମ ଇନିଂସର ଉଭୟ ଇନିଂସରେ ଚମତ୍କାର ବୋଲିଂକରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପୁଣି ବ୍ୟାଟିଂରେ ଉପଯୋଗୀ ରନ୍‍ କରିବାକୁ ସେ ସମର୍ଥ। ଷ୍ଟୋକ୍‍ସଙ୍କ ସ୍ଥାନରେ ପେସ୍‍ ବୋଲର କ୍ରିସ୍‍ ୱକ୍‍ସ ଖେଳିପାରନ୍ତି। ୪ନଂ ବ୍ୟାଟ୍‍ସମ୍ୟାନ୍‍ ଡାୱିଡ୍‍ ମାଲାନ୍‍ଙ୍କୁ ଦଳରୁ ବାଦ୍‍ ଦିଆ ଯାଇଥିବାରୁ ତାଙ୍କ ସ୍ଥାନରେ ନବାଗତ ବ୍ୟାଟ୍‍ସମ୍ୟାନ୍‍ ଓଲି ପୋପ୍‍ ଖେଳିପାରନ୍ତି। ଘରୋଇ କ୍ରିକେଟରେ ପୋପ୍‍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତେବେ ମାଲାନ୍‍ଙ୍କ ସ୍ଥାନରେ ସ୍ପିନ୍‍ ବୋଲିଂ ଅଲ୍‍ରାଉଣ୍ଡର ମୋଇନ୍‍ ଅଲୀଙ୍କୁ ଖେଳାଇବାର ଆଲୋଚନା ହେଉଛି। ଲର୍ଡସରେ ପୁଣିଥିରେ ଜେମ୍‍ସ ଆଣ୍ଡରସନ୍‍ ଓ ଷ୍ଟୁଆର୍ଟ ବ୍ରଡ୍‍ ଇଂଲଣ୍ଡ ପେସ୍‍ ଆକ୍ରମଣର ନେତୃତ୍ୱ ନେବେ। ପ୍ରଥମ ଟେଷ୍ଟରେ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିବା ସାମ୍‍ କରନ୍‍ ମଧ୍ୟ ଭଲ ବୋଲିଂ କରୁଛନ୍ତି। ମୋଟଉପରେ ଏହି ଟେଷ୍ଟମ୍ୟାଚ୍‍ରେ ଇଂଲଣ୍ଡର ପଲ୍ଲା ସାମାନ୍ୟ ଭାରିରହିବ। ତଥାପି ଭାରତ ଏହାକୁ ଚକ୍‍ମା ଦେବାରେ ସମର୍ଥ। ପୁଣି ଏକ ରୋଚକ ଟେଷ୍ଟମ୍ୟାଚ୍‍ ଦର୍ଶକଙ୍କୁ ଦେଖିବାକୁ ମିଳିବ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories