www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ ଉଡିବା ଘଟଣା ; ତଲାସି ଜାରି

ନୂଆଦିଲ୍ଲୀ : ସୋମବାର ସକାଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ୍ ଉଡ଼ିବାର ଖବର ହଇଚଇ ସୃଷ୍ଟି କରିଛି। ଏସପିଜି ଏହି ବିଷୟରେ ଦିଲ୍ଲୀ ପୁଲିସକୁ ସୂଚନା ଦେଇଥିଲା। ସୂଚନା ପାଇବା ମାତ୍ରେ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଲାସି ଆରମ୍ଭ କରିଥିଲେ।
ସୂଚନାନୁସାରେ, ସୋମବାର ସକାଳ ପ୍ରାୟ ୫ ଟା ସମୟରେ ଏସପିଜି ଦିଲ୍ଲୀ ପୁଲିସକୁ ଏନେଇ ସୂଚନା ଦେଇଥିଲା। ସୂଚନା ପାଇବା ମାତ୍ରେ ଦିଲ୍ଲୀ ଅଞ୍ଚଳର ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ଟିମ୍‌‌ ଡ୍ରୋନ୍ ଖୋଜିବା ଆରମ୍ଭ କରିଥିଲେ। ଖବର ମିଳିବା ପର୍ଯ୍ୟନ୍ତ ଡ୍ରେନ୍ ମିଳି ନଥିଲା। ପୁଲିସ ଡ୍ରୋନର ତଲାସି ଜାରି ରଖିଛି।
ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ଏହାର ଆଖପାଖ ଅଞ୍ଚଳ ନୋ ଫ୍ଲାଇଂ ଜୋନ୍‌‌। ସୋମବାର ସକାଳେ, ଏନଡିଡି କଣ୍ଟ୍ରୋଲ ରୁମ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଏକ ଅଜ୍ଞାତ ଫ୍ଲାଇଙ୍ଗ ବସ୍ତୁ ବିଷୟରେ ସୂଚନା ପାଇଥିଲା।
ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରାଯାଇଥିଲା କିନ୍ତୁ ସେପରି କିଛି ମିଳିନଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍ (ଏଟିସି) କୁ ମଧ୍ୟ ଯୋଗାଯୋଗ କରାଯାଇଥିଲା, ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଏପରି ଫ୍ଲାଇଙ୍ଗ୍ ବସ୍ତୁ ପାଇଲେ ନାହିଁ । ବର୍ତ୍ତମାନ ତଲାସି ଜାରି ରହିଛି।

 

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories