www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରୋଫାଇଲ୍‍ ଫଟୋ ‘ତ୍ରିରଙ୍ଗା’ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସୋସିଆଲ୍‍ ମିଡିଆ ଆକାଉଣ୍ଟର ପ୍ରୋଫାଇଲ୍‍ ଫଟୋ ବଦଳାଇ ଜାତୀୟ ପତାକା ‘ତ୍ରିରଙ୍ଗା’ ଫଟୋ ରଖିଛନ୍ତି। ଦେଶର ଜନତାଙ୍କୁ ମଧ୍ୟ ତ୍ରିରଙ୍ଗା ମହୋତ୍ସବ ପାଳନ କରିବା ପାଇଁ ଆନ୍ଦୋଳନ ରୂପରେ ଏପରି କରିବା ପାଇଁ କହିଛନ୍ତି।
ରବିବାର ୩୧ ଜୁଲାଇରେ ପ୍ରସାରିତ ‘ମନ କି ବାତ୍‍’କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ଆଜାଦୀ କା ଅମୃତ ମହୋତ୍ସବ ଏକ ଜନ ଆନ୍ଦୋଳନ ରୂପରେ ପରିବର୍ତ୍ତନ ହୋଇଛି। ଏହାସହ ପ୍ରଧାନମନ୍ତ୍ରୀ ୨ ରୁ ୧୫ ଅଗଷ୍ଟ ମଧ୍ୟରେ ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ୍‍ ଫଟୋ ରୂପରେ ତ୍ରିିରଙ୍ଗା ରଖିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ନିଜ ସୋସିଆଲ୍‍ ମିଡିଆ ଆକାଉଣ୍ଟ ଫଟୋକୁ ବଦଳାଇଛନ୍ତି।
ପ୍ରଧାନମନ୍ତ୍ରୀ ସୋସିଆଲ୍‍ ମିଡିଆ ଆକାଉଣ୍ଟର ପ୍ରୋଫାଇଲ୍‍ ଫଟୋ ବଦଳାଇବା ସହ ଟ୍ୱିଟ କରି କହିଛନ୍ତି, ଆଜି ୨ ଅଗଷ୍ଟ ବିଶେଷ ଦିନ। ଏପରି ସମୟରେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଥିବା ସହ ଆମ ଦେଶ ତ୍ରିିରଙ୍ଗା ଅଭିଯାନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ। ତ୍ରିିରଙ୍ଗା ମହୋତ୍ସବ ଏକ ସାମୂହିକ ଆନ୍ଦୋଳନ। ମୁଁ ପ୍ରୋଫାଇଲ୍‍ ଫଟୋ ବଦଳାଇ ସାରିଛି, ଆପଣମାନେ ମଧ୍ୟ ଏପରି କରିବେ ବୋଲି ଆଶା କରୁଛି।

 

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories