www.samajalive.in
Saturday, December 6, 2025
26.1 C
Bhubaneswar

ଉଦ୍ଧାର ହେଲା ପ୍ରାଚୀନ ମନ୍ଦିର; ୮୦୦୦ ବର୍ଷ ପୁରୁଣା ସଭ୍ୟତାର ମିଳିଲା ପ୍ରମାଣ !

ନୂଆଦିଲ୍ଲୀ: ସାଉଦିଆରବର ଏକ ମରୁଭୂମିରେ ପ୍ରଚୀନ ମନ୍ଦିର ଉଦ୍ଧାର କରାଯାଇଛି । କୁହାଯାଉଛି କି ମନ୍ଦିରଟି ୮ହଜାର ବର୍ଷର ପୁରୁଣା ହୋଇଥିବା ବେଳେ ମନ୍ଦିର ନିକଟରେ ଜନବସତିର କିଛି ଅଂଶ ଦେଖିବାକୁ ମିଳିଛି । ସର୍ଭେ ସମୟରେ ମନ୍ଦିର ଏବଂ ବେଦୀ ରହିଥିବା ଜଣାପଡ଼ିଛି । ଏପରି ଏକ ମନ୍ଦିର ଅଲ-ଫାଓରେ ଠାବ କରାଯାଇଥିବା ସୂଚନା ଦିଆଯାଇଛି ।

Saudigazette.com.saର ସୂଚନା ଅନୁଯାୟୀ, ବହୁ-ଜାତୀୟ ଦଳ ସାଉଦି ଆରବ ହେରିଟେଜ୍ କମିଶନଙ୍କ ତରଫରୁ ଏକ ଟିମ୍‌ ସର୍ଭେ କରିବାକୁ ଅଲ-ଫାଓ ଯାଇଥିଲେ । ଟିମ୍‌ର ସଦସ୍ୟ ମାନେ ସେଠାରେ ସର୍ଭେ କରିବା ସମୟରେ ଏହି ମନ୍ଦିରକୁ ଠାବ କରାଯାଇଥିବା ଜଣାପଡ଼ିଛି । ଏଠାରେ ମିଳୁଥିବା ଜିନିଷଗୁଡ଼ିକ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପଥର ମନ୍ଦିର ଏବଂ ଯଜ୍ଞର କିଛି ଅଂଶ ।

- Advertisement -

ବିଶ୍ୱାସ କରାଯାଏ ଯେ ଅଲ-ଫାଓର ଲୋକମାନେ ଏଠାରେ ରୀତିନୀତି କରୁଥିଲେ। ଅଲ-ଫାଓର ପୂର୍ବ ପାର୍ଶ୍ୱରେ ମିଳିଥିବା ଏହି ପଥର ମନ୍ଦିର ତୁୱାଇକ୍ ପର୍ବତର ଗୋଟିଏ ପାର୍ଶ୍ୱରେ ଅଛି, ଯାହାକୁ ଖାଶେମ କାରିଆ କୁହାଯାଏ ।

ଏହା ବ୍ୟତୀତ, ୮ ହଜାର ବର୍ଷର ନିଉଲିଥିକ୍ ସମୟର ମାନବ ବସତିର ଅବଶିଷ୍ଟାଂଶ ଏଠାରୁ ମିଳିଛି । ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ୨୮୦୭ କବର ମଧ୍ୟ ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼ କଥା ହେଉଛି ସର୍ଭେ ହେବା ପରେ ଏଠାର ଅନେକ ପୁରୁଣା କଥା ସାମ୍ନାକୁ ଆସିଛି ।

ଜଣାପଡ଼ିଛି କି, ପୂର୍ବରୁ ଅଲଫାଓରରେ ଜଟିଳ ଜଳସେଚନ ବ୍ୟବସ୍ଥା ରହିଥିଲା । ଯାହାଫଳରେ ଏଠିକାର ଲୋକ ମାନେ କେନାଲ ଓ ପାଣି ଟଙ୍କି ବ୍ୟତୀତ ଅନେକ ଅନେକ ସ୍ଥାନରେ ଗାତ ଖୋଲିଛନ୍ତି । କାରଣ ଗାତରେ ପାଣି ସଞ୍ଚୟ ରଖି ଚାଷ କରିକରିପାରିବେ । ତାହାଛଡ଼ା ମରୁଭୂମିରେ ଏପରି ପୂର୍ବରୁ ପାଣି ସଞ୍ଚୟ କରାଯାଉଥିଲା ବୋଲି ପ୍ରମାଣ ମିଳିଛି ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories