www.samajalive.in
Saturday, December 6, 2025
15.1 C
Bhubaneswar

ବୈଜୟନ୍ତୀମାଲାଙ୍କୁ ଭେଟି ଖୁସି ହେଲେ ପ୍ରଧାନମନ୍ତ୍ରୀ; ହାତଯୋଡି କଲେ ନମସ୍କାର

ନୂଆଦିଲ୍ଲୀ: ଅଭିନେତ୍ରୀ ବୈଜୟନ୍ତୀମାଲାଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୯୦ ବର୍ଷ ବୟସରେ ନିକଟରେ ଅଯୋଧ୍ୟାରେ ଭାରତନାଟ୍ୟମ୍‍ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବୈଜୟନ୍ତିମାଲା । ଚେନ୍ନାଇରେ ମୋଦୀ ତାଙ୍କୁ ଭେଟିବା ସହ ହାତ ଯୋଡି ନମସ୍କାର କରିଥିବାର ଏକ ଫଟୋ ପ୍ରଧାନମନ୍ତ୍ରୀ ତାଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି । ପଦ୍ମଭୂଷଣରେ ସମ୍ମାନୀତ ବୈଜୟନ୍ତିମାଲାଙ୍କୁ ଭେଟି ଖୁସି ଅନୁଭବ କରିଛନ୍ତି ପ୍ରଧାନମନ୍ତ୍ରୀ । ବୈଜୟନ୍ତିମାଲାଙ୍କୁ ପ୍ରଶଂସା କରିବା ସହ ମୋଦୀ କହିଛନ୍ତି ଯେ ଏହି ମହାନ ଅଭିନେତ୍ରୀଙ୍କ ଭାରତୀୟ ସିନେମା ଜଗତରେ ଅବଦାନ ପାଇଁ ପ୍ରଶଂସିତ ହୋଇଛନ୍ତି । ଭାରତୀୟ ସିନେମା ଜଗତରେ ତାଙ୍କର ଆଦର୍ଶ ଅବଦାନ ପାଇଁ ନିକଟରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ମାତ୍ର ୧୬ ବର୍ଷ ବୟସରୁ ତାମିଲ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ ବୈଜୟନ୍ତିମାଲା ।

 

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories