ଶୁଭାରମ୍ଭ ହେଲା ‘ରୋଜଗାର ମେଳା’; ଚାକିରି ପାଇବେ ୧୦ଲକ୍ଷ

ନୂଆଦିଲ୍ଳୀ: ‘ରୋଜଗାର ମେଳା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ରୋଜଗାର ମେଳା’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ସମ୍ବୋଧନ କରି ମୋଦୀ କହିଛନ୍ତି, ରୋଜଗାର ଓ ସ୍ୱରୋଜଗାରରେ ଆଉ ଏକ ଅଧ୍ୟାୟ ସାମିଲ ହୋଇଛି । ଦେଶର କାର୍ଯ୍ୟସଂସ୍କୃତି ବଦଳିବାରେ ଲାଗିଛି । ସମୟ ସମୟରେ ରୋଜଗାର ମେଳାର ଆୟୋଜନ କରାଯିବ । ନିଯୁକ୍ତି ପ୍ରକ୍ରିୟା ତ୍ୱରିତ ଓ ସହଜ ହୋଇଛି । ଡିଜିଟାଲ ସେକ୍ଟରରେ ଆହୁରି ରୋଜଗାର ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ।  ଗତ ଆଠ ବର୍ଷ ମଧ୍ୟରେ ଦେଶରେ ରୋଜଗାର ଏବଂ ଆତ୍ମନିଯୁକ୍ତି ଅଭିଯାନ ଚାଲିଛି, ଆଜି ଏଥିରେ ଆଉ ଏକ ଅଧ୍ୟାୟ ଯୋଡି ହୋଇଛି ।

prayash

ଏହା ଛଡ଼ା ‘ରୋଜଗାର ମେଳା’ରେ ୧୦ ଲକ୍ଷଙ୍କୁ ନିଯୁକ୍ତି ଦେବାକୁ ଯୋଜନା ରଖାଯାଇଥିବା କୁହାଯାଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ୭୫ ହଜାରଙ୍କୁ ନିଯୁକ୍ତି ପତ୍ର ଦିଆଯିବ । କେନ୍ଦ୍ରର ୩୮ଟି ମନ୍ତ୍ରାଳୟରେ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ମିଳିବ । ଆଶାୟୀଙ୍କୁ ୟୁପିଏସସି, ଏସଏସସି ଏବଂ ରେଲୱେ ଦ୍ୱାରା ନିଯୁକ୍ତି ଦିଆଯାଇଛି । ଏଥିପାଇଁ କେନ୍ଦ୍ରର ସମସ୍ତ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦିଗରେ କାର୍ଯ୍ୟ କରିବାକୁ କେନ୍ଦ୍ରର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ନିଯୁକ୍ତି ମେଳାରେ ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ଯୁବକମାନଙ୍କୁ ଭାରତ ସରକାରଙ୍କ ୩୮ ଟି ମନ୍ତ୍ରଣାଳୟ ଏବଂ ବିଭାଗରେ ନିଯୁକ୍ତ କରାଯିବ । ନୂତନ ସ୍ତରରେ ନିଯୁକ୍ତ କର୍ମଚାରୀମାନେ ବିଭିନ୍ନ ସ୍ତରରେ କେନ୍ଦ୍ର ସରକାରଙ୍କ ସହ ଜଡିତ ହେବେ।

kalyan agarbati

Comments are closed.