www.samajalive.in
Tuesday, December 9, 2025
26.1 C
Bhubaneswar

ନୂଆ ଶିକ୍ଷା ନୀତି ଭାରତର ଭାଗ୍ୟ ବଦଳାଇବାର ସାମର୍ଥ୍ୟ ରଖିଛି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତିକୁ ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରି କହିଛନ୍ତି ଯେ ଗତ ବର୍ଷକ ମଧ୍ୟରେ ଜାତୀୟ ଶିକ୍ଷା ନୀତିକୁ ନେଇ ବହୁ ନିଷ୍ପତ୍ତି ନିଆଯାଇଛି। ନୂଆ ଶିକ୍ଷା ନୀତି ରାଷ୍ଟ୍ର ନିର୍ମାଣରେ ବଡ଼ ଯୋଗଦାନ ରଖିବ। କରୋନା କାଳରେ ଶିକ୍ଷା ବ୍ୟବସ୍ଥା ଉପରେ ବଡ଼ ପରୀକ୍ଷା ଠିଆ ହୋଇଥିଲା। କିନ୍ତୁ ଆମ ଯୁବପିଢ଼ୀ ଏହାକୁ ସହଜରେ ଗ୍ରହଣ କଲେ। ଏବେ ଅନଲାଇନ ଶିକ୍ଷା ଏକ ନିତ୍ୟ ନୈମିତିକ ପ୍ରକ୍ରିୟା ହୋଇଯାଇଛି। ଦୀକ୍ଷା ପୋର୍ଟାଲ ଶିକ୍ଷାଦାନର ପ୍ରମୁଖ ମାଧ୍ୟମ ପାଲଟି ଯାଇଛି। ଆଜିର ଯୁବପିଢ଼ିକୁ ବନ୍ଧନରୁ ମୁକ୍ତି ଦରକାର, ଏକ୍ସପୋଜର ଦରକାର। ସାଧାରଣ ପରିବାରୁ ଆସିଥିବା ଯୁବକ ଯୁବତୀ ଏବେ ଉତ୍କର୍ଷ ଦେଖାଉଛନ୍ତି। ବିଭିନ୍ନ କ୍ଷେତ୍ରରେ ଆଜି ଭାରତୀୟ ଯୁବକ ଉନ୍ନତି କରି ଚାଲିଛନ୍ତି। ଡିଜିଟାଲ ଦୁନିଆକୁ ନୂଆ ଗତି ଦେଉଛନ୍ତି ଆଜିର ଯୁବପିଢ଼ି। ପୂରା ଦେଶ ଯୁବକଙ୍କ ସାଥୀରେ ଥିବା ନୂଆ ଶିକ୍ଷା ନୀତି ସୂଚନା ଦେଉଛି। ଛାତ୍ରଛାତ୍ରୀ କେତେ ସମୟ ପଢ଼ିବେ, ଏହା ସେମାନେ ହିଁ ନିଜେ ସ୍ଥିର କରିବେ।

 

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏବେ ସମସ୍ତ ଯୁବପିଢ଼ି ନିଜ ରୁଚିରେ ଯେକୌଣସି ପାଠ ପଢ଼ିବେ ଏବଂ ଛାଡ଼ି ମଧ୍ୟ ପାରିବେ। ନୂଆ ଶିକ୍ଷା ନୀତି ଭାରତର ଭାଗ୍ୟ ବଦଳାଇବାର ସାମର୍ଥ୍ୟ ରଖିଛି। ଆଗକୁ ଭଲ ପଢ଼ିବାକୁ ଭାରତୀୟ ଛାତ୍ରଛାତ୍ରୀ ବିଦେଶ ଯାଉଥିଲେ। ଏବେ ଭଲ ପଢ଼ିବାକୁ ବିଦେଶରୁ ଛାତ୍ରଛାତ୍ରୀ ଏବଂ ସଂସ୍ଥା ଭାରତକୁ ଆସୁଛନ୍ତି। ଆମ ଯୁବପିଢ଼ିଙ୍କୁ ଦୁନିଆଠାରୁ ଗୋଟିଏ ପାଦ ଆଗକୁ ଭାବିବାକୁ ପଡ଼ିବ। ଆଞ୍ଚଳିକ ଭାଷାରେ ଉଚ୍ଚଶିକ୍ଷା ପାଇଁ ଜାତୀୟ ଶିକ୍ଷା ନୀତିରେ ବ୍ୟବସ୍ଥା ରହିଛି। ୮ ରାତିରେ ୧୪ ଇଞ୍ଜିନିୟରିଂ କଲେଜରେ ୫ ଭାଷାରେ ପାଠ ପଢ଼ାଯିବ। ମାତୃଭାଷାରେ ପଢ଼ିଲେ ଗରିବ ପିଲାର ଆତ୍ମବିଶ୍ବାସ ବଢ଼ିବ। ଭାରତୀୟ ସାଙ୍କେତିକ ଭାଷାକୁ ଭାଷା ମାନ୍ୟତା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories