www.samajalive.in
Monday, December 15, 2025
26.1 C
Bhubaneswar

ଟିକା ନେଲେ ପ୍ରଧାନମନ୍ତ୍ରୀଙ୍କ ମାଆ: ମୋଦୀ କହିଲେ- ମୁଁ ବହୁତ ଖୁସି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରା ବେନ୍‍ଙ୍କୁ ଗୁରୁବାର ଦିଆଯାଇଛି କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍‍। ନିଜେ ମୋଦୀ ଟ୍ୱିଟ୍‍ କରି ଏନେଇ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ମୁଁ ଆପଣମାନଙ୍କୁ କହିବାରେ ଖୁସି ଅନୁଭବ କରୁଛି ଯେ, ମୋ ମାଆଙ୍କୁ ଆଜି କରୋନା ଟିକାର ପ୍ରଥମ ଡୋଜ୍‍ ଦିଆଯାଇଛି। ଯେଉଁମାନେ ଟିକା ନେବା ପାଇଁ ଯୋଗ୍ୟ, ସେମାନେ ଟିକା ନିଅନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଟିକା ନେବା ପାଇଁ ଉତ୍ସାହିତ କରନ୍ତୁ।

- Advertisement -

ସୂଚନାଯୋଗ୍ୟ, ମୋଦୀଙ୍କ ମାଆ ହୀରାବେନ୍‍ ଗୁଜରାଟର ଅହମଦାବାଦରେ ରୁହନ୍ତି। ବୟସ ପାଖାପାଖି ୧୦୦ ହୋଇଥିଲେ ମଧ୍ୟ ଏବେ ମଧ୍ୟ ସେ ଖୁବ୍‍ ଚଳଚଞ୍ଚଳ। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କରୋନା ଟିକାର ପ୍ରଥମ ଡୋଜ୍‍ ନେଇ ସାରିଛନ୍ତି। ମାର୍ଚ୍ଚ ୧ ତାରିଖରେ ଦିଲ୍ଲୀ ଏମ୍ସରେ ତାଙ୍କୁ ଟିକା ଦିଆଯାଇଥିଲା।

ମାର୍ଚ୍ଚ ୧ ତାରିଖରେ ହିଁ ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା। ଏହି ପର୍ଯ୍ୟାୟରେ ୬୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କୁ ଟିକା ପ୍ରଦାନ କରାଯାଉଛି। ଏହାସହିତ ୪୫ ବର୍ଷରୁ ଅଧିକ ବ୍ୟକ୍ତି, ଯେଉଁମାନଙ୍କର ଗମ୍ଭୀର ରୋଗ ରହିଛି ସେମାନଙ୍କୁ ମଧ୍ୟ ଟିକା ଦିଆଯାଉଛି। ଦେଶରେ ବର୍ତ୍ତମାନ ସୁଦ୍ଧା ଅଢେଇ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆସରିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories