www.samajalive.in
Monday, December 8, 2025
20.1 C
Bhubaneswar

ଖାଦ୍ୟ ଖାଇବା ପରେ ମିଶ୍ରି ଖାଇଲେ ଅଧିକ ଶକ୍ତି ମିଳିବା ସହ ମାନସିକ ଶାନ୍ତି ମିଳିଥାଏ

ଥଣ୍ଡା ହେବା ମାତ୍ରେ ସଭିଁଙ୍କର କାଶ ହୋଇଥାଏ। ଫଳରେ ପେଟରେ ଓ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ମିଶ୍ରିରେ ଅଳ୍ପ ଗୋଲମରିଚ ମିଶାଇ ଖାଇଲେ ଥଣ୍ଡାକାଶ ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ।
ମିଶ୍ରି ପାଣି ସପ୍ତାହକୁ ୨ କିମ୍ବା ୩ ଥର ପିଇଲେ ପେଟ ଥଣ୍ଡା ହୋଇଥାଏ।
ଶରୀରରେ ହିମୋଗ୍ଲୋବିନର ମାତ୍ରା କମିଲେ ରକ୍ତ ତିଆର ହୋଇପାରେ ନାହିଁ। ଫଳରେ ବ୍ୟକ୍ତିଙ୍କୁ ହାଲିଆ ଅନୁଭବ ହୋଇଥାଏ। ନିୟମିତ ମିଶ୍ରିର ସେବନ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ମିଶ୍ରିର ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିବା ସହ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
ଖାଦ୍ୟ ଖାଇବା ପରେ ମିଶ୍ରି ଖାଇଲେ ଅଧିକ ଶକ୍ତି ମିଳିବା ସହ ମାନସିକ ଶାନ୍ତି ମିଳିଥାଏ।
ବହୁ ସମୟରେ ପାଟି ଭିତରେ ଲାଲ ଦାଗ ଭଳି ହୋଇଯାଏ। ଏହି ସମୟରେ ମିଶ୍ରି ଓ ଗୁଜୁରାତିକୁ ପେଷ୍ଟ କରି ଦାଗ ସ୍ଥାନରେ ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ମିଶ୍ରି ଏକ ଏପରି ଦ୍ରବ୍ୟ ଯାହା ପ୍ରତ୍ୟେକ ଘରେ ଉପଲବ୍ଧ। ଏହାକୁ ପୂଜାର୍ଚ୍ଚନା ସମୟରେ ମଧ୍ୟ ଭୋଗ କରିବାରେ ବ୍ୟବହାର କରାଯାଏ। ପାଟି ଦୁର୍ଗନ୍ଧ ଦୂର କରିବା ପାଇଁ ମିଶ୍ରି ବ୍ୟବହାର କରାଯାଏ। ଏଥିରେ  ବହୁ ଔଷଧୀୟ ଗୁଣ ରହିଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories