ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଉଛନ୍ତି। ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ କଥାବାର୍ତ୍ତାର ଅଂଶସ୍ୱରୂପ ପ୍ରଧାନମନ୍ତ୍ରୀ ସେଠାକୁ ଯାଉଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ ଇନ୍ଙ୍କ ସହ ଶିଖର ବୈଠକସ୍ତରୀୟ କଥାବାର୍ତ୍ତା ସମେତ କୋରିଆର ନେତାମାନଙ୍କ ସହ ସେ ଆଲୋଚନା କରିବେ। କୋରିଆର ଉଦ୍ୟୋଗପତି ଏବଂ ସେଠାରେ ଥିବା ଭାରତୀୟ ସମ୍ପ୍ରଦାୟ ଲୋକମାନଙ୍କ ସହ ବାର୍ତ୍ତାଳାପ କରିବେ। ଆନ୍ତର୍ଜାତିକ ସହଯୋଗ, ବିଶ୍ୱ ବିକାଶ ଏବଂ ମାନବ ବିକାଶ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସୀଓଲ ଶାନ୍ତି ପୁରସ୍କାରରେ ସେଠାରେ ସମ୍ମାନିତ କରାଯିବ।
Popular Categories



