www.samajalive.in
Sunday, December 14, 2025
15.1 C
Bhubaneswar

ଆସନ୍ତାକାଲି ପିଏମ୍‌-କିଷାନର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନୂଆବ​ର୍ଷରେ‌ କୃଷକଙ୍କୁ ନୂଆ ଭେଟି । ଜାନୁୟାରୀ ପହିଲା ଅର୍ଥାତ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍‌-କିଷାନର ଦଶମ କିସ୍ତି ପ୍ରଦାନ କରିବେ । ଦଶ କୋଟି ଚାଷୀ ପରିବାରଙ୍କୁ ୨୦ହଜାର କୋଟିରୁ ଅଧିକ ଅର୍ଥ ହସ୍ତାନ୍ତର ହେବ।

ତୃଣମୂଳସ୍ତରରେ ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ଓ ସଂକଳ୍ପ ସ୍ୱରୂପ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ଆର୍ଥିକ ସୁବିଧାର ଦଶମ କିସ୍ତି ପ୍ରଦାନ କରିବେ ।  ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି ସୁବିଧା ହସ୍ତାନ୍ତର କରିବେ । ଏହା ଦ୍ୱାରା ଦଶକୋଟିରୁ ଅଧିକ ହିତାଧିକାରୀଙ୍କ ନିକଟରେ ୨୦ହଜାର କୋଟିରୁ ଅଧିକ ଅର୍ଥ ହସ୍ତାନ୍ତର ହେବ ।

- Advertisement -

ପିଏମ୍‌-କିଷାନ ଯୋଜନାରେ ବାର୍ଷିକ ଛଅହଜାର ଟଙ୍କା ଲେଖାଏଁ ପ୍ରତି ହିତାଧିକାରୀ କୃଷକ ପରିବାରକୁ ପ୍ରଦାନ କରାଯାଇଥାଏ । ଏହି ଅର୍ଥ କିସ୍ତିୱାରୀ ଦୁଇହଜାର କରି ତିନିଟି କିସ୍ତିରେ ଓ ପ୍ରତି କିସ୍ତିରେ ୨ ହଜାର କରି ପ୍ରଦାନ କରାଯାଏ । ଏହି ଅର୍ଥ ପ୍ରତ୍ୟେକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା ହୋଇଥାଏ । ଏପର୍ୟ୍ୟନ୍ତ ଯୋଜନା ଅଧୀନରେ ଚାଷୀ ପରିବାରକୁ ୧.୬ ଲକ୍ଷ କୋଟି ଟଙ୍କା ସମ୍ମାନ ରାଶି ପ୍ରଦାନ କରାଯାଇସାରିଛି ।

କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୩୫୧ଟି କୃଷକ ଉତ୍ପାଦନ ସଂଗଠନ (ଏଫପିଓ)କୁ ୧୪କୋଟିରୁ ଅଧିକ ଅର୍ଥ ଇକ୍ୟୁଟି ଗ୍ରାଂଟ ଆକାରରେ ପ୍ରଦାନ କରିବେ । ଏହାଦ୍ୱାରା ୧. ୨୪ ଲକ୍ଷ ଚାଷୀ ଉପକୃତ ହେବେ । ଏଥିସହ ପ୍ରଧାନମନ୍ତ୍ରୀ ଏଫପିଓ ମାନଙ୍କ ସହ ମଧ୍ୟ ବାର୍ତ୍ତା ବିନିମୟ କରିବେ । କେନ୍ଦ୍ର କୃଷିମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories