www.samajalive.in
Sunday, December 14, 2025
23.1 C
Bhubaneswar

ସରି ଆସୁଛି ଗ୍ରୀଟିଂସ କାର୍ଡର ଯୁଗ, ମାନ୍ଦା ପଡିଲାଣି ବେପାର

ବଲାଙ୍ଗିର: ମନ ବୁଝୁଥିଲା ମନର କଥା। ବନ୍ଧୁ ହେଉକି ବାନ୍ଧବୀଙ୍କୁ ଯୋଡୁଥିଲା କାଗଜର ଖଣ୍ଡିଏ ଫର୍ଦ୍ଦ। ସେଥିରେ ଅତି ସଂକ୍ଷେପ ଶବ୍ଦରେ ଅନେକ କିଛି କହି ହେଇଯାଉଥିଲା। କିଛି ମନ ଭାଙ୍ଗୁଥିଲା ତ କିଛି ସବୁଦିନ ପାଇଁ ପ୍ରତିଶ୍ରୁତିବଦ୍ଧ ହେଇଯାଉଥିଲେ। ମୁହାଁ ମୁହିଁ କହି ହେଉ ନଥିବା କଥା ବି ଲେଖି ଦେଉଥିଲେ। ତାର ଭାବାବେଗ ରହିଥିଲା ପୂରା ଅଲଗା। ହୃଦୟକୁ ହୃଦୟ ସହ ବନ୍ଧୁକୁ ବନ୍ଧୁ ସହ ବାନ୍ଧି ରଖୁଥିବା ବେଳେ ବର୍ଷ ବର୍ଷ ଯାଏଁ ସାଇତା ହୋଇ ରହୁଥିଲା ବହି, ଖାତା ଭିତରେ। ତା’ର ନାଁ ଗ୍ରୀଟିଂସ୍। ନୂଆ ବର୍ଷ ପାଖେଇ ଆସିଲେ ଗ୍ରୀଟିଂସ ପାଇଁ ଭିଡ ଜମୁଥିଲା ବିଭିନ୍ନ ଦୋକାନରେ। ଭଳିକି ଭଳି କାର୍ଡ ମିଳୁଥିବା ବେଳେ ତାହା ଆଜି ଅଲୋଡ଼ା ଓ ଅଖୋଜା ହୋଇ ରହିଯାଇଛି।
ବଲାଙ୍ଗିର ସହର ତଥା ଗ୍ରାମାଞ୍ଚଳ ଯାଏ ଗ୍ରୀଟିଂସ କାର୍ଡ ଦୋକାନ ଖୋଲୁଥିଲା। ପୂର୍ବରୁ ବେଶ ଭିଡ ଜମୁଥିଲା ସେଠାରେ। ଟଙ୍କାଟିଏରୁ ୪ଶହ, ୫ଶହ ଟଙ୍କା ପର୍ଯ୍ୟନ୍ତ ଭଳିକି ଭଳି କାର୍ଡ ମିଳୁଥିଲା। କିନ୍ତୁ ପରିବର୍ତ୍ତିତ ସମୟରେ କାର୍ଡ ବଦଳରେ ଏବେ ସଂକ୍ଷିପ୍ତ ସମୟରେ ଶୁଭେଚ୍ଛା ଜଣାଇବାର କୌଶଳ ପାଇଯାଇଛନ୍ତି ଲୋକେ। ଯେଉଁଥିରେ ଆବେଗ ନାହିଁ। ସାମାଜିକ ଗଣମାଧ୍ୟମ ପାଲଟିଛି ଗ୍ରୀଟିଂସର ବିକଳ୍ପ। ବିନା ଖର୍ଚ୍ଚରେ ମୋବାଇଲ୍ ଜରିଆରେ କଥା ହୋଇ, ଭିଡିଓ କଲିଂ କରି ନୂଆ ବର୍ଷର ଶୁଭେଚ୍ଛା ଜଣାଇବାର ସହଜ ବାଟ ଶିଖିଯାଇଛନ୍ତି ଅନେକ।

 

- Advertisement -

ବଲାଙ୍ଗିର ସହରରେ ପୂର୍ବରୁ ୪୦ରୁ ଊର୍ଦ୍ଧ୍ବ କାର୍ଡ ଦୋକାନ ନୂଆ ବର୍ଷ ଆଗରୁ ଖୋଲୁଥିଲା। ଏବେ ଏହି ସଂଖ୍ୟା ଖୁବ୍ କମ୍। ହାତ ଗଣତି ୧୦ଟି ଦୋକାନ ମଧ୍ୟରେ ସୀମିତ। ଗ୍ରୀଟିଂସ ଦୋକାନୀଙ୍କ ଦୋକାନ ଖୋଲିବାକୁ ଆଗ୍ରହ ନଥିଲେ ବି ଅଳ୍ପ କିଛି ରୋଜଗାର ହେଉ ବୋଲି କାର୍ଡ ଦୋକାନ ଖୋଲୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ତେଲିଗୋଠପଡ଼ାର ଦୁର୍ଗାପ୍ରସାଦ ତ୍ରିପାଠୀ। ଅନେକ ଦିନରୁ ସେ କାର୍ଡ ଦୋକାନ ଖୋଲି ଆସୁଛନ୍ତି। ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ଛକରେ ସେ କାର୍ଡ ଦୋକାନ ଖୋଲିଥିବା ବେଳେ ଗ୍ରାହକ କେତେବେଳେ କାଁ ଭାଁ ଆସୁଛନ୍ତି। ଯେଉଁ କାର୍ଡର ଚାହିଦା ଥିଲା ସେ କାର୍ଡଗୁଡ଼ିକ ଏଥର କରୋନା ପାଇଁ ମିଳୁ ନାହିଁ। ସଂପୂର୍ଣ୍ଣ ବେପାର ବନ୍ଦ କରିଦେବା ବଦଳରେ ପରମ୍ପରାକୁ ବଜାୟୀ ରଖିବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଏବେ ୪ଶହ ଟଙ୍କା ଯାଏ କାର୍ଡ ତାଙ୍କ ପାଖରେ ଉପଲବ୍ଧ ରହିଥିବା ସେ ମତ ଦିଅନ୍ତି। ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ବି ସମାନ ଅବସ୍ଥା। ତେବେ ଯାହା ରୋଜଗାର ହେଉଛି ତାହା ଯଥେଷ୍ଟ ନଥିଲେ ବି ଆତ୍ମସନ୍ତୋଷ ମିଳୁଛି କହନ୍ତି ଶ୍ରୀ ତ୍ରିପାଠୀ। ସେହିପରି କାର୍ଡ କିଣିବାକୁ ଆସିଥିବା ଦାବକାନୀ ଗାଁର ଶ୍ରୀକାନ୍ତ ବଗର୍ତ୍ତି କହିବା କଥା ହେଲା ଯେ, ସାମାଜିକ ଗଣମାଧ୍ୟମ, ମୋବାଇଲ୍ ଫୋନ୍ ଶୁଭେଚ୍ଛା ଜଣାଇବାର ବାର୍ତ୍ତା ହୋଇଥିଲେ ବି ଗ୍ରାମାଞ୍ଚଳ ପିଲାମାନଙ୍କ ହାତପାହାନ୍ତାରେ ସେ ସୁବିଧା ଉପଲବ୍ଧ ନାହିଁ। ତେଣୁ ଏବେ ବି ସେମାନେ କାର୍ଡ ଖଣ୍ଡିଏ ପାଇଲେ ଖୁସି ହୁଅନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories