www.samajalive.in
Saturday, December 6, 2025
19.1 C
Bhubaneswar

ଜି-୨୦ ସମ୍ମିଳନୀ: ୫ ଦେଶ ସହ ଦ୍ୱିପାକ୍ଷିକ ବୈଠକ କରିବେ ମୋଦୀ

ନୂଆଦିଲ୍ଲୀ : ଜାପାନର ଓସାକାରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ, ଜାପାନ, ଇଣ୍ଡୋନେସିଆ, ଆମେରିକା ଏବଂ ତୁର୍କୀ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ। ଏହାସହ ସେଠାରେ ବ୍ରିକ୍ସ (ବ୍ରାଜିଲ, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକ) ଏବଂ ରିକ (ରୁଷ, ଚୀନ, ଭାରତ) ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ।
ଜୁନ ୨୭ରୁ ୨୯ ତାରିଖ ମଧ୍ୟରେ ଜି-୨୦ ଶିଖର ସମ୍ମିଳନୀ ହେବ। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ସମେତ ବିଶ୍ୱର କେତେକ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ବ୍ୟାପାର ସମେତ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଟ୍ରମ୍ପ ଜୁନ ୨୭ରେ ଜାପାନ ଗସ୍ତ କରିବେ। ଭାରତର ଲୋକସଭା ନିର୍ବାଚନ ପରେ ଜାପାନରେ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ପ୍ରଥମ ବୈଠକ ହେବ। ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀଙ୍କୁ ଟ୍ରମ୍ପ ଫୋନ୍‍ କରି ଅଭିନନ୍ଦନ ଜଣାଇଥିଲେ। ଆମେରିକା ଭାରତର ଷ୍ଟିଲ ଏବଂ ଆଲୁମିନିୟମ ସମେତ କେତେକ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରିଥିଲା। ଏହାର ଜବାବରେ ଭାରତ ଆମେରିକାରୁ ଆମଦାନୀ ହେଉଥିବା ୨୮ଟି ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରିଥିଲା। ଏହି କ୍ରମରେ ଟ୍ରମ୍ପ ପ୍ରଶାସନ ଭାରତକୁ ଜିଏସପି ମାନ୍ୟତା ପ୍ରତ୍ୟାହାର କରିନେଇଛି। ତେଣୁ ମୋଦୀ ଏବଂ ଟ୍ରମ୍ପଙ୍କ ସାକ୍ଷାତକାର ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories