www.samajalive.in
Saturday, December 6, 2025
14.1 C
Bhubaneswar

ମରିସସ୍‍ ସହ ଆମର ସାଂସ୍କୃତିକ ସମ୍ପର୍କ ରହିଛି – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମରିସସ୍‍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ଆଜି ପୋର୍ଟ ଲୁଇସରେ ମରିସସ୍‍ ସୁପ୍ରିମକୋର୍ଟର ନୂଆ ଅଟ୍ଟାଳିକାକୁ ମିଳିତ ଭାବେ ଉଦ୍‍ଘାଟନ କରିଛନ୍ତି। ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଓ ଏହି ଅବସରରେ ମରିସସ୍‍ ନ୍ୟାୟପାଳିକାର ବରିଷ୍ଠ ଅଫିସର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ମରିସସ୍‍ର ଜନସାଧାରଣ ଓ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କୋଭିଡ୍‍ ନାଇଣ୍ଟିନ୍‍ର ମୁକାବିଲାରେ ସେମାନଙ୍କର ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି।

ମରିସସ୍‍ ସହ ଭାରତର ବନ୍ଧୁତା ବିଷୟ ଉଲ୍ଲେଖ କରି ମୋଦୀ କହିଛନ୍ତି, ଦୁଇଦେଶ ମଧ୍ୟରେ ପୂରାତନ ସମୟରୁ ସାଂସ୍କୃତିକ ସଂପର୍କ ରହିଆସିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ‘ସାଗର ନୀତି’ରେ ବିଶ୍ୱାସ କରେ, ଯାହା ଅନୁସାରେ ସମଗ୍ର ଅଞ୍ଚଳର ବିକାଶ, ଅଭିବୃଦ୍ଧି ଓ ସୁରକ୍ଷାକୁ ନିଶ୍ଚିତ କରାଯାଇ ପାରିବ। ପ୍ରଧାନମନ୍ତ୍ରୀ ୨୦୧୫ରେ ‘ସାଗର ଭିଜନ୍‍’ ଆରମ୍ଭ କରିଥିଲେ। ଭାରତର ବିକାଶ ନୀତିରେ ମାନବ ସମାଜକୁ ସର୍ବଦା ଅଗ୍ରାଧିକାର ଦିଆଯାଇ ଆସୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ଏହାର ଅଂଶୀଦାର ରାଷ୍ଟ୍ରଗୁଡ଼ିକ ସହ ଅଭିବୃଦ୍ଧି ପଥରେ ଅଗ୍ରସର ହେବାକୁ ଏହାର ନୀତି ପ୍ରଣୟନ କରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କହିଛନ୍ତି।

- Advertisement -

ସେ କହିଛନ୍ତି, ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସହ ଭାରତର ସଂପର୍କ କେବେ ବି ଅର୍ଥକୈନ୍ଦ୍ରିକ ହୋଇନାହିଁ। ଏଥିରେ ସର୍ବଦା ପାରସ୍ପରିକ ସ୍ୱାର୍ଥ ଓ ସମୃଦ୍ଧିକୁ ଅଗ୍ରାଧିକାର ଦିଆଯାଇ ଆସୁଛି। ଅନେକ ଦେଶର ବିକାଶରେ ଭାରତର ଭୂମିକା ନେଇ ସେ କହିଛନ୍ତି। ସେଗୁଡ଼ିକ ମଧ୍ୟରେ ଆଫଗାନିସ୍ଥାନ ପାର୍ଲାମେଣ୍ଟ ଅଟ୍ଟାଳିକା, ନାଇଜର୍‍ ମହାତ୍ମା ଗାନ୍ଧୀ ସମ୍ମିଳନୀ କେନ୍ଦ୍ର, ଶ୍ରୀଲଙ୍କାର ୯ଟି ପ୍ରଦେଶରେ ଆମ୍ବୁଲାନ୍ସ ସେବା ଓ ନେପାଳରେ ଜରୁରୀକାଳୀନ ଡାକ୍ତରୀ ସେବା ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ କହିଛନ୍ତି, ମରିସସ୍‍ ସହ ଭାରତର ସଂପର୍କ ଆଗାମୀ ଦିନ ଗୁଡିକରେ ଶିଖର ଛୁଇଁବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି।

ମରିସସ୍‍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ କହିଛନ୍ତି, ଭାରତ’ ମରିସସ୍‍ର ବିକାଶରେ ସର୍ବଦା ଏକ ବନ୍ଧୁ ରାଷ୍ଟ୍ରର ଭୂମିକା ନିର୍ବାହ କରି ଆସୁଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ମଜବୁତ ହୋଇପାରିଛି। ଶ୍ରୀ ଜଗନ୍ନାଥ ତାଙ୍କ ଦେଶର ବିକାଶ ପ୍ରକଳ୍ପଗୁଡ଼ିକରେ ଭାରତ ସହାୟତା କରିଥିବାରୁ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦୀଙ୍କ ସବ୍‍କା ସାଥ୍‍, ସବ୍‍କା ବିକାଶ ଓ ସବ୍‍ କା ବିଶ୍ୱାସ ନୀତିକୁ ସେ ପ୍ରଶଂସା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories