www.samajalive.in
Tuesday, December 9, 2025
15.1 C
Bhubaneswar

କରାଚୀ ବିମାନ ଦୁର୍ଘଟଣା ପୀଡିତଙ୍କୁ ସମବେଦନା ଜଣାଇଲେ ମୋଦୀ

ସମାଜ ପୋର୍ଟାଲ ଡେସ୍କ: ଶୁକ୍ରବାର ଦିନ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ଦୁର୍ଘଟଣାରେ ୧୦୬ ଜଣଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଟ୍ୱିଟ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ପାକିସ୍ତାନରେ ବିମାନ ଦୁର୍ଘଟଣାରେ ଜୀବନହାନି ହେତୁ ଗଭୀର ଦୁଃଖିତ। ମୃତକଙ୍କ ପରିବାର ପ୍ରତି ଆମର ସମବେଦନା ରହିଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।”

- Advertisement -

ପାକିସ୍ତାନରେ ବିମାନ ଚଳାଚଳ ଉପରେ ଲକ ଡାଉନ ସମୟରେ ଜାରି କଟକଣା ଉଠିବା ପରେ ଆଜି (ଶୁକ୍ରବାର) ଲାହୋରରୁ କରାଚୀକୁ ଏହି ବିମାନ ଯାତ୍ରା ଆରମ୍ଭ କରିଥିଲା କିନ୍ତୁ କରାଚିର ଜିହ୍ନା ଆନ୍ତର୍ଜାତିକ ବିମାନବନ୍ଦରରେ ଅବତରଣର କିଛି ସମୟ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିମାନଟି ଅବତରଣ କରିବାର କିଛି ସମୟ ପୂର୍ବରୁ ପାଇଲଟ ଲ୍ୟାଣ୍ଡିଙ୍ଗ ଗିଅର କାମ କରୁନଥିବା ଟ୍ରାଫିକ କଣ୍ଟ୍ରୋଲକୁ ଜଣାଇବା ପରେ ଉଭୟ ବିମାନ ଓ କଣ୍ଟ୍ରୋଲ ଟାୱାର ମଧ୍ୟରେ ସମ୍ପର୍କ ବିଛିନ୍ନ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୧୦୬ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ଦେଖନ୍ତୁ କରାଚୀ ବିମାନ ଦୁର୍ଘଟଣାର ସିସି ଟିଭି ଭିଡିଓ (ସୌଜନ୍ୟ – ୟୁ ଟ୍ୟୁବ)

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories