www.samajalive.in
Sunday, December 14, 2025
15.1 C
Bhubaneswar

ନିଜ ସ୍ବପ୍ନର ପ୍ରକଳ୍ପ ଶିଳାନ୍ୟାସ କଲେ ମୋଦୀ; ୩୦ ମିନିଟ୍‌ରେ ସମ୍ପୂର୍ଣ୍ଣ ହେବ ୭ ଘଣ୍ଟାର ରାସ୍ତା

ଡେରାଡୁନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କେଦାରନାଥରେ ନିଜ ସ୍ବପ୍ନର ପ୍ରକଳ୍ପ ସୋନପ୍ରୟାଗ-କେଦାରନାଥ ରୋପୱେର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ସହିତ ଜଡିତ ନ୍ୟାସନାଲ ହାଇୱେ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଲିମିଟେଡର ଇଞ୍ଜିନିୟର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫି ମାଧ୍ୟମରେ ପ୍ରକଳ୍ପ ବିଷୟରେ ଅବଗତ କରାଯାଇଛି।

ବିଶେଷ କଥା ହେଉଛି, ଏହି ରୋପୱେ କେଦାରନାଥ ଧାମ ପର୍ଯ୍ୟନ୍ତ ପ୍ରାୟ ୯.୭ କିଲୋମିଟର ଲମ୍ବା ହେବ। ଏହା ଗୌରୀକୁଣ୍ଡକୁ କେଦାରନାଥ ସହିତ ସଂଯୋଗ କରିବ। ଦୁଇ ସ୍ଥାନ ମଧ୍ୟରେ ଯାତ୍ରା ସମୟ ୬-୭ ଘଣ୍ଟାରୁ ବର୍ତ୍ତମାନ ପ୍ରାୟ ୩୦ ମିନିଟକୁ ହ୍ରାସ ପାଇବ।

- Advertisement -

କେଦାରନାଥ ରୋପୱେର ଶିଳାନ୍ୟାସ ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧି ସ୍ଥଳକୁ ଯାଇଥିଲେ। ସେଠାରୁ ଫେରି ପ୍ରଧାନମନ୍ତ୍ରୀ ପୁନଃନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରିଥିଲେ। ଏହାପରେ ସେ ବଦ୍ରିନାଥ ଧାମ ଅଭିମୁଖେ ଚାଲିଗଲେ।

ସୋନପ୍ରାୟାଗରୁ ନିର୍ମାଣ ହେବାକୁ ଥିବା କେଦାରନାଥ ରୋପୱେ କିମ୍ବା କେବୁଲ କାର ପ୍ରକଳ୍ପର ଦାୟିତ୍ବ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନଏଚଏଆଇ)ର ଜାତୀୟ ରାଜପଥ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ଲିମିଟେଡକୁ ଦିଆଯାଇଛି। ଏଜେନ୍ସି ପ୍ରକଳ୍ପର ଡିପିଆର ପ୍ରସ୍ତୁତ କରୁଛି। ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ କହିଛନ୍ତି ଯେ, ଜୁନ୍ ୨୦୨୬ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାୟ ୯.୭୦ କିଲୋମିଟର ଲମ୍ବା ଏହି ପ୍ରକଳ୍ପ ପାଇଁ ୧୨୬୮ କୋଟି ଟଙ୍କା ଖର୍ଚ୍ଚ ହେବ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories