www.samajalive.in
Saturday, December 6, 2025
14.1 C
Bhubaneswar

କୁମ୍ଭିରଗାଡ଼ିଆ ଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରା

ଯାଜପୁର: ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସଙ୍କ ନେତୃତ୍ୱରେ କୁମ୍ଭିରଗାଡ଼ିଆ ପଞ୍ଚାୟତରେ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଶିକ୍ଷା- ସ୍ଵାସ୍ଥ୍ୟ-ଗମନା ଗମନ ବ୍ୟବସ୍ଥାରେ ଉନ୍ନତି ଆଣି ଓଡ଼ିଶାର ସାମଗ୍ରିକ ବିକାଶ କରୁଛି ବିଜୁ ଜନତା ଦଳ । ଏହି ଅବସରରେ ଅଧ୍ୟକ୍ଷା ଅର୍ଚ୍ଚନା ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଜନ୍ମ ଠାରୁ ମୃତ୍ୟୁ ପର୍ୟ୍ୟନ୍ତ ଯୋଜନା ମାନ କରିଛନ୍ତି । ସଦା ସର୍ବଦା ଓଡିଶା ଲୋକଙ୍କ ସହ ଯୋଡି ହୋଇ ରହିଛନ୍ତି । ଏହା ସହିତ ବିଧାୟକ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ସବୁବେଳେ ସୁକିନ୍ଦାର ଉନ୍ନତି ପାଇଁ ଚିନ୍ତା କରନ୍ତି ଓ ଲୋକ ମାନଙ୍କ ସୁଖ ଦୁଃଖ ସହ ଯୋଡ଼ି ହୋଇ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଅଜୟ କୁମାର ବିନ୍ଧାଣି ଓ ୧୦ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସୁଚିତ୍ରା ବିଶ୍ଵାଳ ଏହା ସହ ବ୍ଲକର ସୁକିନ୍ଦା ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ଏବଂ ବ୍ଲକର ବହୁ ବିଜେଡି କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories