www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ଵରେ ସର୍ବାଧିକ : ୧୦୦ କୋଟି ଅତିକ୍ରମ କଲା ମୋଦୀଙ୍କ ଅନୁଗାମୀ ସଂଖ୍ୟା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଏକ୍ସରେ  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁଗାମୀଙ୍କ ସଂଖ୍ୟା ୧୦ କୋଟି ଅତିକ୍ରମ କରିଛି। ଯାହା ବିଶ୍ଵରେ ସର୍ବାଧିକ। ରବିବାର ଅନୁଗାମୀଙ୍କ ସଂଖ୍ୟା ୧୦ କୋଟି ଟପିବା ପରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ଗତ ତିନି ବର୍ଷ ମଧ୍ୟରେ ମୋଦୀଙ୍କ ଅନୁଗାମୀଙ୍କ ସଂଖ୍ୟା ୩କୋଟି ବୃଦ୍ଧି ପାଇଛି। ସରକାରୀ ମୁଖ୍ୟ ଭାବେ ମୋଦୀଙ୍କ ଅନୁଗାମୀଙ୍କ ସଂଖ୍ୟା ପୂର୍ବରୁ ସର୍ବାଧିକ ରହିଥିବାବେଳେ ଏବେ ତାଙ୍କ ବ୍ୟକ୍ତିଗତ ଅନୁଗାମୀଙ୍କ ସଂଖ୍ୟା ୧୦କୋଟି ଟପିବା ସହ ବିଶ୍ଵରେ ସର୍ବାଧିକ ହୋଇଛି। ମୋଦୀଙ୍କ ପଛକୁ ରାଜନେତା ଭାବେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅନୁଗାମୀଙ୍କ ସଂଖ୍ୟା ୨ କାଟି ୭୫ ଲକ୍ଷ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅନୁଗାମୀଙ୍କ ସଂଖ୍ୟା ୨କୋଟି ୬୫ ଲକ୍ଷ ରହିଛି। ମୋଦୀଙ୍କ ପଛକୁ ବିଶ୍ଵର ଅନୁଗାମୀ ସଂଖ୍ୟାରେ ଧ୍ବିତୀୟରେ ରହିଛନ୍ତି ଟେଲର ସ୍ଵିଫ୍ଟ। ଟେଲରଙ୍କ ଅନୁଗାମୀଙ୍କ ସଂଖ୍ୟା ୯ କୋଟି ୫୩ ଲକ୍ଷ । ତୃତୀୟରେ ରହିଛନ୍ତି ଲେଡି ଗାଗା। ଗାଗାଙ୍କ ଅନୁଗାମୀଙ୍କ ସଂଖ୍ୟା  ୮କୋଟି ୩୧ ଲକ୍ଷ । ଅନ୍ୟପଟେ ସରକାରୀ ମୁଖ୍ୟ ଭାବେ ମୋଦୀଙ୍କ ପଛକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଙ୍କ ଅନୁଗାମୀ ଭ୍କ ସଂଖ୍ୟା ୩ କୋଟି ୮୧ ଲକ୍ଷ ଏବଂ ତୁର୍କୀ ରାଷ୍ଟ୍ରପତିଙ୍କ ଅନୁଗାମୀଙ୍କ ସଂଖ୍ୟା ୨ କୋଟି ୨୫ ଲକ୍ଷ ରହିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories