www.samajalive.in
Tuesday, December 9, 2025
26.1 C
Bhubaneswar

ସେନାକୁ ‘ଅର୍ଜୁନ’ ଟ୍ୟାଙ୍କ ଚାବି ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ

ଚେନ୍ନାଇ: ସେନାକୁ ଅଧିକ ଶକ୍ତିଶାଳୀ କରିବ ଯୁଦ୍ଧ ଟ୍ୟାଙ୍କ ‘ଅର୍ଜୁନ(ଏମକେ-୧ଏ)’।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେନାଧ୍ୟକ୍ଷ ଜେନେରାଲ ଏମ.ଏମ. ନରୱଣେଙ୍କୁ ଏହି ଟ୍ୟାଙ୍କ୍‌ ଚାବି ପ୍ରଦାନ କରିଛନ୍ତି। ସେନାରେ ମୋଟ ୧୧୮ ଉନ୍ନତ ଅର୍ଜୁନ ଟ୍ୟାଙ୍କ ସାମିଲ କରାଯିବ।

ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଆୟୋଜିତ ଏହି ସମାରୋହରେ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ)ର ଚେନ୍ନାଇସ୍ଥିତ ଯୁଦ୍ଧବାହନ ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନ ଦ୍ବାରା ଏହି ଅର୍ଜୁନ ଟ୍ୟାଙ୍କର ଡିଜାଇନ ପ୍ରସ୍ତୁତ ହୋଇଛି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅର୍ଜୁନ ଟ୍ୟାଙ୍କ୍‌ର ଏହି ଉନ୍ନତ ସଂସ୍କରଣର ଲକ୍ଷ୍ୟଭେଦ ନିଶ୍ଚିତ ବୋଲି କୁହାଯାଉଛି।

- Advertisement -

ଡିଆରଡିଓ ଅର୍ଜୁନ ଟ୍ୟାଙ୍କ୍‌ର ଫାୟାର ପାୱାର କ୍ଷମତାକୁ ବୃଦ୍ଧି କରିଛି। ଏଥିରେ ନୂଆ ଟେକ୍ନୋଲୋଜିର ଟ୍ରାନ୍ସମିସନ ସିଷ୍ଟମ ରହିଛି। ଏହା ଫଳରେ ଅର୍ଜୁନ ଟ୍ୟାଙ୍କ ସହଜରେ ନିଜର ଟାର୍ଗେଟକୁ ଖୋଜିପାରିବ। ଯୁଦ୍ଧ କ୍ଷେତ୍ରରେ ବିଛାଯାଇଥିବା ଲ୍ୟାଣ୍ଡମାଇନ୍‌ଠାରୁ ନିଜକୁ ସହଜରେ ଦୂରେଇ ରଖିବା ସହିତ ଆଗକୁ ବଢ଼ିବାରେ ସକ୍ଷମ। ରସାୟନିକ ଆକ୍ରମଣରୁ ବର୍ତ୍ତିବା ଲାଗି ଟ୍ୟାଙ୍କରେ ସେନ୍‌ସର ସିଷ୍ଟମ ଖଞ୍ଜାଯାଇଛି।

ସୂଚନାଯୋଗ୍ୟ, ୨୦୧୨ରେ ୧୧୮ଟି ଅର୍ଜୁନ ଟ୍ୟାଙ୍କ କିଣିବା ଲାଗି ସେନାକୁ ଅନୁମତି ମିଳିଥିଲା। ତେବେ ଏହାକୁ ଉନ୍ନତ ମାନର ନିର୍ମାଣ କରିବା ଲାଗି ସେନା ପକ୍ଷରୁ ଦାବି କରାଯାଇଥିଲା। ଏହା ମଧ୍ୟରେ ୨୦୧୫ରେ ଭାରତ ରୁଷଠାରୁ ୧୪ ହଜାର କୋଟି  ଟଙ୍କାରେ ୪୬୪ଟି ଟି-୯୦ ଟ୍ୟାଙ୍କ କିଣିଥିଲା।

Hot this week

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

Related Articles

Popular Categories