www.samajalive.in
Tuesday, December 9, 2025
15.1 C
Bhubaneswar

ଟ୍ରମ୍ପଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ-ଆମେରିକା ସଂପର୍କ ବିଶ୍ୱାସ, ସହଯୋଗ ଏବଂ ପାରସ୍ପରିକ ବୁଝାମଣା ଉପରେ ପର୍ଯ୍ୟବେସିତ ଓ ଏହା ଦିନକୁ ଦିନ ଅଧିକ ଦୃଢ଼ତର ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ଅବସରରେ ମୋଦୀ ପାରସ୍ପରିକ ସହଯୋଗ ଭିତ୍ତିରେ ଆମେରିକା ସହ କାର୍ଯ୍ୟ କରିବାକୁ ନିଜର ଇଚ୍ଛା ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କ ସହ ଟେଲିଫୋନ୍‍ ଯୋଗେ କଥାବାର୍ତ୍ତା ବେଳେ ସେ କହିଛନ୍ତି ଗତବର୍ଷ ତୁଳନାରେ ଚଳିତବର୍ଷ ବିକାଶ କାର୍ଯ୍ୟକ୍ରମକୁ ଦୁଇଦେଶ ଅଧିକ ପ୍ରାଧାନ୍ୟ ଦେବେ।

ରାଷ୍ଟ୍ରପତି ଟ୍ରମ୍ପ, ତାଙ୍କ ପରିବାର ଏବଂ ଆମେରିକାର ନାଗରିକମାନଙ୍କୁ ମୋଦି ନୂଆବର୍ଷରେ ସୁଖ ଏବଂ ସ୍ୱାଚ୍ଛନ୍ଦ୍ୟ କାମନା କରିଛନ୍ତି। ଏହି ଅବସରରେ ବିଗତ ବର୍ଷମାନଙ୍କରେ ଉଭୟ ଦେଶର ସଂପର୍କରେ ବିଶେଷ ଉନ୍ନତି ପରିଲକ୍ଷିତ ହୋଇଥିବା ଟ୍ରମ୍ପ କହିଛନ୍ତି। ସେ ମଧ୍ୟ ଭାରତବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ୍‍ଙ୍କ ମଧ୍ୟରେ ଟେଲିଫୋନ୍‍ ବାର୍ତ୍ତାଳାପ ପରେ ୱାଶିଂଟନ୍‍ ସ୍ଥିତ ହ୍ୱାଇଟ୍‍ ହାଉସରେ ଏ ସମ୍ପର୍କରେ ସମୀକ୍ଷା କରାଯିବା ସହ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗ ବିଷୟରେ ଆଲୋଚନା କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories