www.samajalive.in
Saturday, December 13, 2025
21.1 C
Bhubaneswar

ମହାରାଷ୍ଟ୍ରରେ ପ୍ରଚାର କଲେ ପ୍ରଧାନମନ୍ତ୍ରୀ ମୋଦୀ, ନଭେମ୍ବର ୨୦ରେ ଭୋଟ ଗ୍ରହଣ

ଡେସ୍କ: ମହାରାଷ୍ଟ୍ରରେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ କେନ୍ଦ୍ରର ଏନଡିଏ ସରକାର ଏବଂ ରାଜ୍ୟରେ ମହାୟୁତି ସରକାର ଗରିବଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ମହାରାଷ୍ଟ୍ରର ନାସିକରେ ଏକ ରାଲିରେ ଉଦବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଉଜ୍ଜ୍ୱଳା ଯୋଜନା ଅଧୀନରେ ରାଜ୍ୟର ୫୦ ଲକ୍ଷ ମହିଳାଙ୍କୁ ମାଗଣା ଏଲପିଜି ସଂଯୋଗ ମିଳିଛି ଏବଂ ହର ଘର ଜଳ ଯୋଜନା ଅଧୀନରେ ୧.୨୫ କୋଟିରୁ ଅଧିକ ପରିବାର ପାଇପ୍ ଜଳ ସଂଯୋଗ ପାଇଛନ୍ତି। ରାଜ୍ୟରେ ୭ କୋଟିରୁ ଅଧିକ ଗରିବ ଲୋକ ମାଗଣା ରାସନ ପାଉଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ୭ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ କରାଯାଇଛି।

କୃଷକମାନଙ୍କ ପାଇଁ କେନ୍ଦ୍ର ସରକାର ଏବଂ ମହାରାଷ୍ଟ୍ରର ମହାୟୁତି ସରକାରଙ୍କ ପଦକ୍ଷେପ ବିଷୟରେ ଶ୍ରୀ ମୋଦୀ କହିଛନ୍ତି ଯେ ପିଏମ କିଷାନ ଯୋଜନା ଏବଂ ନମୋ ସେତକାରୀ ଯୋଜନା ଅଧୀନରେ ସେମାନଙ୍କୁ ବାର୍ଷିକ ୧୨ ହଜାର ଟଙ୍କାର ଆର୍ଥିକ ସହାୟତା ମିଳୁଛି। ମହାଯୁତି ମେଣ୍ଟ କ୍ଷମତାକୁ ଆସିଲେ ବାର୍ଷିକ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଏହି ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

- Advertisement -

ଅଟଳ ସେତୁ, ବାଧବନ ବନ୍ଦର, ସମୃଦ୍ଧି ମହାମାର୍ଗ ଏବଂ ମୁମ୍ବାଇ ମେଟ୍ରୋ ଭଳି ଭିତ୍ତିଭୂମି ପ୍ରକଳ୍ପକୁ ସରକାରଙ୍କ ସଫଳତା ବୋଲି ଦର୍ଶାଇ ଶ୍ରୀ ମୋଦୀ ବିରୋଧୀ ମହାବିକାଶ ଆଘାଡି ମେଣ୍ଟକୁ ସମାଲୋଚନା କରିଛନ୍ତି। ତାଙ୍କ ସରକାର ମରାଠୀକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦୀ ଧୁଲେରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି।

ମହାରାଷ୍ଟ୍ରରେ ଚଳିତ ନଭେମ୍ବର ୨୦ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ନଭେମ୍ବର ୨୩ତାରିଖରେ ଭୋଟ୍ ଗଣତି ହେବ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories