www.samajalive.in
Sunday, December 7, 2025
23.1 C
Bhubaneswar

ୱେଷ୍ଟର୍ଣ୍ଣ ଡେଡିକେଟେଡ୍‍ ଫ୍ରେଟ୍‍ କରିଡ଼ରର ନ୍ୟୁ ରେୱାରୀ-ନ୍ୟୁ ମଦାର ଭାଗକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୱେଷ୍ଟର୍ଣ୍ଣ ଡେଡିକେଟେଡ୍‍ ଫ୍ରେଟ୍‍ କରିଡ଼ରର ୩୦୬ କିଲୋମିଟର ଦୀର୍ଘ ନିୟୁ ରେୱାଡ଼ି-ନିୟୁ ମଦାର୍‍ ସେକ୍ସନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସେ ମଧ୍ୟ ଦେଶର ସର୍ବପ୍ରଥମ ଦୁଇଥାକିଆ ଲଙ୍ଗ୍‍ ହାଉଲ୍‍ କଣ୍ଟେନର ଟ୍ରେନ୍‍ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ନିୟୁ ଅଟେଲି-ନିୟୁ କିଶନଗଡ଼ ଠାରୁ ଏହି ଟେନ୍‍କୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦି କହିଛନ୍ତି, ଏହି ଫ୍ରେଟ୍‍ କରିଡର୍‍ ଭାରତ ପାଇଁ ସୁଯୋଗର ଦ୍ୱାର ଖୋଲିଦେବ। ଗତ ପାଞ୍ଚରୁ ଛଅ ବର୍ଷର ଅକ୍ଳାନ୍ତ ଉଦ୍ୟମ ପରେ ଏହି କରିଡର୍‍ ସ୍ଥାପନ ହୋଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏଇ କିଛିଦିନ ପୂର୍ବେ ଦୁଇଟି କୋଭିଡ ପ୍ରତିଷେଧକକୁ ମଞ୍ଜୁରି ପ୍ରଦାନ କରାଯାଇଛି। ସେହି ଦୁଇଟି ପ୍ରତିଷେଧକ ଭାରତରେ ପ୍ରସ୍ତୁତ କରାଯାଇଛି। ସେହି ଦୁଇ ପ୍ରତିଷେଧକ ଦେଶର ଲୋକମାନଙ୍କୁ ଦିଆଯିବ। ସେ କହିଛନ୍ତି, ଏହିସବୁ କାର୍ଯ୍ୟରୁ ଦେଶ ଦ୍ରୁତ ବେଗରେ ଆତ୍ମନିର୍ଭର ଭାରତ ଆଡ଼କୁ ଅଗ୍ରସର ହେଉଥିବାର ସଙ୍କେତ ମିଳୁଛି।

- Advertisement -

ୱେଷ୍ଟର୍ଣ୍ଣ ଡେଡିକେଟେଡ୍‍ ଫ୍ରେଟ୍‍ କରିଡ଼ରର ନିୟୁ ରେୱାଡ଼ି-ନିୟୁ ମଦାର ସେକ୍ସନ୍‍ ହରିୟାଣା ଓ ରାଜସ୍ଥାନରେ ନିର୍ମିତ ହୋଇଛି। ଏହା ମଧ୍ୟରେ ୯ଟି ନବନିର୍ମିତ ଡେଡିକେଟେଡ୍‍ ଫ୍ରେଟ୍‍ କରିଡର୍‍ ଷ୍ଟେସନ୍‍ ରହିଛି ଓ ତାହା ମଧ୍ୟରେ ୩ଟି ଜଙ୍କ୍‍ସନ୍‍ ଷ୍ଟେସନ୍‍ ନିୟୁ ରେୱାଡ଼ି, ନିୟୁ ଅଟେଲି ଓ ନିୟୁ ଫୁଲେରାଠାରେ ରହିଛି। ଏହି କରିଡର୍‍ କାର୍ଯ୍ୟକାରୀ ହେବା ସହିତ ରାଜସ୍ଥାନ ଓ ହରିୟାଣାର ରେୱାଡ଼ି-ମନେସର୍‍, ନର୍‍ନଉଲ୍‍, ଫୁଲେରା ଓ କିଶନ୍‍ଗଡ଼ ଅଞ୍ଚଳର ବହୁ ଶିଳ୍ପ ସଂସ୍ଥା ଉପକୃତ ହେବ। ଏହାଦ୍ୱାରା କାଥୁୱାସ୍‍ ସ୍ଥିତ କଣ୍ଟେନର୍‍ ଡିପୋଟ୍‍ ର ବହୁଳ ବ୍ୟବହାର ହେବ। ଏହି ସେକ୍ସନ୍‍ କାଣ୍ଡଲା, ପିପବବ୍‍, ମୁନ୍ଧ୍ରା ଓ ଦହେଜ୍‍ ଭଳି ବନ୍ଦରଗୁଡ଼ିକୁ ଉତ୍ତମ ଯୋଗାଯୋଗ ସୁବିଧା ଯୋଗାଇବ। ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‍, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‍ ଖଟର୍‍ ଓ ରେଳମନ୍ତ୍ରୀ ପିୟୁଷ୍‍ ଗୋୟଲ୍‍ ସେଠାରେ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories