www.samajalive.in
Monday, December 15, 2025
26.1 C
Bhubaneswar

ବିରୋଧୀମାନେ ନିଜ ଗୋଡ଼କୁ ପଥରରେ ପିଟିବାରେ ମାହିର: ମୋଦୀ

ସମାଜ ଡିଜିଟାଲ ଡେସ୍କ: ଅପରେସନ ‘ସିନ୍ଦୂର’କୁ ନେଇ ସଂସଦରେ ବିରୋଧୀଙ୍କ ଆଭିମୁଖ୍ୟର କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ସଂସଦର ଅଡିଟୋରିୟମ ହଲରେ ଅନୁଷ୍ଠିତ ଏନଡିଏ ସଂସଦୀୟ ପାର୍ଟି ବୈଠକରେ ମୋଦୀ ବିରୋଧୀମାନଙ୍କୁ କଡ଼ା ସମାଲୋଚନା କରିବା ସହିତ ସେମାନେ ନିଜ ଗୋଡ଼କୁ ପଥରେ ପିଟିବାରେ ମାହିର ବୋଲି କହି କଟାକ୍ଷ କରିଛନ୍ତି। ବିରୋଧୀମାନେ ଅପରେସନ ସିନ୍ଦୂର ଉପରେ ଆଲୋଚନା କରିବାକୁ ଦାବି କରି ବଡ଼ ଭୁଲ କରିଦେଇଛନ୍ତି। ଆଲୋଚନାରେ ସେମାନଙ୍କର ହିଁ ମଜାକ୍‌ ଉଡ଼ିଚି। ଏଭଳି ବିରୋଧୀ କେଉଁଠି ମିଳିବେ, ଯେଉଁମାନେ ନିଜ ଗୋଡ଼କୁ ପଥରରେ ପିଟୁଥିବେ ବୋଲି ମୋଦୀ କହିଥିଲେ।

ବୈଠକରେ ପ୍ରଧାନମନ୍ତ୍ରୀ ପହଞ୍ଚିବା କ୍ଷଣି ଏନଡିଏ ସାସଂଦମାନେ ହର ହର ମହାଦେବ ଏବଂ ଭାରତ ମାତା କୀ ଜୟ ନାରା ଦେଇ ତାଙ୍କର ସ୍ଵାଗତ କରିଥିଲେ। ଅପରେସନ ସିନ୍ଦୂରର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏନଡିଏ ସାଂସଦମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ  ସିଂହ ମୋଦୀଙ୍କୁ ଫୁଲମାଳ ପିନ୍ଧାଇ ସ୍ଵାଗତ କରିଥିଲେ। ବୈଠକରେ ଅପରେସନ ସିନ୍ଦୂର ଏବଂ ଅପରେସନ ମହାଦେବର ସଫଳତା ଉପରେ ପ୍ରସ୍ତାବ ପାରିତ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶଂସା କରିଛି। ସ୍ଵାଧୀନ ଭାରତରେ ଶାହ ସବୁଠୁ ଅଧିକ ଦିନ କାର୍ଯ୍ୟ କରିଥିବା ସ୍ଵରାଷ୍ଟ୍ରମନ୍ତ୍ରୀ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories