www.samajalive.in
Sunday, December 7, 2025
23.1 C
Bhubaneswar

ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ମିଳିବା ଚର୍ଚ୍ଚା

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ଜାମ୍ମୁ-କାଶ୍ମୀରର ବିଜେପି ନେତାଙ୍କ ସହିତ ବୈଠକ କରିବା ଏହି ଚର୍ଚ୍ଚାକୁ ବଳିଷ୍ଠ କରିଛି। ଅଗଷ୍ଟ ୩ରେ ଶାହା ରାଷ୍ଟ୍ରପତିଙ୍କୁ ଭେଟିଥିବାବେଳେ ଅଗଷ୍ଟ ୧ ଓ ୨ ତାରିଖରେ ଶାହା ଜାମ୍ମୁ-କାଶ୍ମୀର ବିଜେପି ମୁଖ୍ୟ ସତ୍‌ ଶର୍ମା ଓ ଲଦାଖର ଲେପ୍ଟନାଣ୍ଟ ଗଭର୍ଣ୍ଣର କବିନ୍ଦର ଗୁପ୍ତାଙ୍କ ସହ ବୈଠକ କରିଥିଲେ। ସୋମବାର ଜାମ୍ମୁ-କାଶ୍ମୀର ସିହା ସଂଘର ସଭାପତି ଇମ୍ରାନ ରାଜା ଅନସାରୀ ମଧ୍ୟ ଶାହାଙ୍କୁ ଭେଟିଛନ୍ତି। ତେଣୁ ଏହିସବୁ ସାକ୍ଷାତ ଆଲୋଚନାରୁ ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି।

୨୦୧୯ ଅଗଷ୍ଟ ୧୫ରେ ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯାଇଥିଲା। ଏହା ସହିତ ଜାମ୍ମୁ-କାଶ୍ମୀରକୁ ବିଭାଜନ କରାଯାଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଓ ଲଦାଖରେ ପରିଣତ କରାଯାଇଥିଲା। ଜାମ୍ମୁ-କାଶ୍ମୀର ପୁନର୍ଗଠନ ଆଇନ ୨୦୧୯ ଦ୍ବାରା ଜାମ୍ମୁ-କାଶ୍ମୀରକୁ କେନ୍ଦ୍ର ସରକାରଙ୍କ ଶାସନାଧୀନ କରାଯାଇଥିଲା। ଜାମ୍ମୁ-କାଶ୍ମୀରର ବିଭାଜନ ପରେ ଏଠାରେ ବିଧାନସଭା ନିର୍ବାଚନ ହୋଇଥିଲା। ୨୦୨୪ ବିଧାନସଭା ନିର୍ବାଚନ ନ୍ୟାସନାଲ କନଫରେନ୍ସ ନେତୃତ୍ବାଧୀନରେ ମେଣ୍ଟ ସରକାର ଗଠନ ହୋଇଥିଲା। ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବା ପରେ ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରିବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ଜୋରଦାର ଦାବି କରିଥିଲେ। ସେହିପରି ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଦେବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ଓ ଶାହା ବାରମ୍ବାର ପ୍ରତିଶ୍ରୁତି ଦେଇଆସୁଛନ୍ତି। ଏହା ସହିତ ୨୦୨୩ରେ ସୁପ୍ରିମକୋର୍ଟ ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ନିଷ୍ପତ୍ତିକୁ କାଏମ ରଖିଥିଲେ; ମାତ୍ର ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଯଥାଶୀଘ୍ର ଫେରାଇ ଦେବାକୁ ନିର୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ କେନ୍ଦ୍ର ସରକାର ରାଜ୍ୟ ମାନ୍ୟତା ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଆଧାରରେ ସରକାର ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା।

- Advertisement -

 

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories