www.samajalive.in
Saturday, December 6, 2025
16.1 C
Bhubaneswar

ବାରିପଦାରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣ଼ା; ନବୀନଙ୍କ ଅଚାନକ ଅସୁସ୍ଥତାର ଯାଞ୍ଚ ହେବ

ବାରିପଦା: ଗତ ବର୍ଷକ ଭିତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ଖରାପ ହୋଇଯାଇଛି। ଏହା କେମିତି ହେଲା? ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଜେପି ରାଜ୍ୟରେ କ୍ଷମତାକୁ ଆସିଲେ ଏହାର ଯାଞ୍ଚ କରାଯିବ ବୋଲି ପ୍ରଧାନମନ୍ତ୍ରୀ ବୁଧବାର ବାରିପଦାରେ ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଘୋଷଣା କରିଛନ୍ତି।

ମୋଦୀ ସଭାରେ ଯୋଗଦେଇ କହିଥିଲେ, ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଏତେ ଖରାପ କେମିତି ହେଲା। ନବୀନ ବାବୁ ଏବେ ନିଜେ କିଛି କରିପାରୁ ନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପଛରେ କିଛି ଷଡ଼ଯନ୍ତ୍ର ବି ହୋଇଥାଇପାରେ ବୋଲି କହୁଛନ୍ତି। ଏହା ଜାଣିବାର ଅଧିକାର ସାରା ଓଡ଼ିଶାବାସୀଙ୍କର ରହିଛି। ଏହା ପଛରେ ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକଙ୍କ ହାତ ରହିଛି କି ? ଏହା ଉପରୁ ପରଦା ହଟିବାର ଆବଶ୍ୟକ। ତେଣୁ ବିଜେପି ସରକାର ଆସିଲେ ଏଥିପାଇଁ ସ୍ପେଶାଲ କମିଟି ଗଠନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

- Advertisement -

ସେହିପରି ମୋଦୀ ଆହୁରି କହିଥିଲେ, ରତ୍ନଭଣ୍ଡାର ଚାବି କୁହାଡେ ଗଲା ତାହା ସାରା ଦେଶ ଜାଣିବାକୁ ଚାହୁଁଛି। ଯାଞ୍ଚ ରିପୋଟରେ କାହାର ନାଁ ଅଛି ତାହା ସବୁଠୁ ବଡ଼ ପ୍ରଶ୍ନ। ବିଜେଡି ଯାହା ଲୁଚାଇବାକୁ ଚାହୁଁଛି ବିଜେପି ତାହାର ଖୁଲାସା କରିବ। ଏବେ ନବୀନ ବାବୁଙ୍କ ଶୁଭଚିନ୍ତକ ବହୁତ ଚିନ୍ତାରେ ରହିଛନ୍ତି ବୋଲି ମୋଦୀ କହିଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories