ମୁମ୍ବଇ : ମହାରାଷ୍ଟ୍ରର ମୁମ୍ବଇରୁ ଗଣପତି ବାବା ଯିବା ପୂର୍ବରୁ ଏକ ବଡ ଉପହାର ଦେଇଯାଇଛନ୍ତି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବଇରେ ୩ଟି ମେଟ୍ରୋ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରି ପ୍ରାୟ ୧୯ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ମୋଦୀ ମେଟ୍ରୋ-୧୦, ୧୧ ଓ ୧୨ କରିଡର୍ର ଶୁଭାରମ୍ଭ କରିଛନ୍ତି । ଗୋମୁଖରୁ ଶିବାଜୀ ଚୌକଥିବା ୯.୨ କିଲୋମିଟର୍ ପର୍ଯ୍ୟନ୍ତ ମେଟ୍ରୋ-୧୦ କରିଡର୍, ୨୦.୭ କିଲୋମିଟର୍ ଲମ୍ବା ବିଶିଷ୍ଟ କଲ୍ୟାଣ ରୁ ତଲୋଜା ମେଟ୍ରୋ-୧୨ କରିଡର୍ ଏବଂ ୧୨.୮ କିଲୋମିଟର୍ ବଡାଲାରୁ ଦୂରତା ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ମେଟ୍ରୋ-୧୧ କରିଡର୍ ମୋଦୀଙ୍କ ଦ୍ବାରା ଉଦଘାଟିତ ହୋଇଛି । ଏହି ପ୍ରକଳ୍ପକୁ ୩ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇରେ ପହଞ୍ଚି ପ୍ରଥମେ ଗଣପତି ବାବାଙ୍କ ପୂଜାର୍ଚ୍ଚନା ପରିବା ପରେ ଏହି ପ୍ରକଳ୍ପର ଲୋକର୍ପଣ କରିଥିଲେ ।
Popular Categories



