www.samajalive.in
Saturday, December 13, 2025
26.1 C
Bhubaneswar

ଭାରତର ବିକାଶକୁ ଗତିଶୀଳ କରିଛି ଡିଜିଟାଲ ରୂପାନ୍ତରୀକରଣ – ମୋଦୀ

ଡେସ୍କ: ଆଜି ଇଣ୍ଡୋନେସିଆର ବାଲିଠାରେ ଜି-୨୦ ସମ୍ମିଳନୀରେ ଦ୍ୱିତୀୟ ଦିନର ତୃତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଡିଜିଟାଲ ପରିବର୍ତ୍ତନ ସଂପର୍କରେ କହିଛନ୍ତି ଯେ ଗତ କିଛିବର୍ଷ ହେବ ଦେଶରେ ଏହାକୁ ଉପଯୋଗ କରି ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଅଣାଯାଇ ପାରିଛି। ସୁଶାସନ କ୍ଷେତ୍ରରେ ମଧ୍ୟ ସ୍ୱଚ୍ଛତା ଓ ଗତିଶୀଳତା ଆଣିବା କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଛି। ପ୍ରତ୍ୟେକଙ୍କ ପାଇଁ ଏହି ଡିଜିଟାଲ ରୂପାନ୍ତରୀକରଣର ଆବଶ୍ୟକତାକୁ ଉନ୍ମୁକ୍ତ କରାଯାଇଛି ବୋଲି ସେ କହିଛନ୍ତି।

ୟୁପିଆଇର ଉଦାହରଣ ଦେଇ ଶ୍ରୀ ମୋଦୀ କହିଛନ୍ତି ଗତବର୍ଷ ସାରା ବିଶ୍ୱରେ ହୋଇଥିବା ଅନଲାଇନ୍‌‌ ନେଣଦେଣର ୪୦ ପ୍ରତିଶତ କେବଳ ୟୁପିଆଇ ମାଧ୍ୟମରେ ହୋଇଛି। ସେ କହିଛନ୍ତି, ଅର୍ଥନୈତିକ ଅନ୍ତର୍ଭୁକ୍ତିକୁ ଦୃଷ୍ଟିରେ ରଖି ଦେଶରେ ୪୬ କୋଟି ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ସେ କହିଛନ୍ତି ବିଶ୍ୱର ସବୁଠାରୁ ବିକଶିତ ଦେଶଗୁଡ଼ିକର ଡିଜିଟାଲ ପରିଚୟ ନଥିବା ବେଳେ କେବଳ ୫୦ ପ୍ରତିଶତ ଦେଶଗୁଡ଼ିକରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories