www.samajalive.in
Sunday, December 14, 2025
23.1 C
Bhubaneswar

ସମାନତା ଏବଂ ସଶକ୍ତିକରଣ କ୍ଷେତ୍ରରେ ଜ୍ଞାନକୌଶଳର ଭୂମିକା ଗୁରୁତ୍ୱପୂର୍ଣ୍ଣ – ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ୮୧ ହଜାର ଷ୍ଟାର୍ଟଅପ୍‌‌ ଏବଂ ୧ ହଜାରରୁ ଅଧିକ ଗବେଷଣା କେନ୍ଦ୍ର ସାରା ବିଶ୍ୱରେ ଭାରତକୁ ବିକଶିତ ନବୀକରଣ କେନ୍ଦ୍ରଭାବେ ପରିଚିତ କରାଇପାରିଛି। ଆଜି ଏକ ଭିଡ଼ିଓ ବାର୍ତ୍ତାରେ ବେଙ୍ଗାଲୁରୁ ଟେକ୍‌‌ ସମିଟ୍‌‌ ଉଦ୍‌‌ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସମାନତା ଏବଂ ସଶକ୍ତିକରଣ କ୍ଷେତ୍ରରେ ଜ୍ଞାନକୌଶଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଯୁବପିଢ଼ି ଏହା ଦ୍ୱାରା ଅଧିକରୁ ଅଧିକ ସଫଳତା ପାଇପାରିବେ।

ସେ କହିଛନ୍ତି ଯେ ଭାରତ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଜ୍ଞାନକୌଶଳ ବ୍ୟବହାର କରୁଛି ଏବଂ ଯେଭଳି ସମସ୍ତଙ୍କ ପାଖରେ ଜ୍ଞାନକୌଶଳ ପହଞ୍ଚି ପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଜ୍ଞାନ କୌଶଳ ଜରିଆରେ ସରକାର ମଧ୍ୟ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଆଣିପାରିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories