www.samajalive.in
Thursday, December 11, 2025
16.1 C
Bhubaneswar

ଏବେ ଶ୍ରଦ୍ଧା ହତ୍ୟାକାଣ୍ଡର ସବୁ ସତ ଓଗାଳିବ ଅଫତାବ; ନାର୍କୋ ଟେଷ୍ଟ ଅନୁମତି ଦେଲେ କୋର୍ଟ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ମାମଲାରେ ଜେଲରେ ବନ୍ଦୀ ଥିବା ପ୍ରେମିକ ଅଫତାବ ପୁନାୱାଲା ଦେବ ମିଛଧରା ପରୀକ୍ଷା। ଅଭିଯୁକ୍ତ ଅଫତାବର ନାର୍କୋ ଟେଷ୍ଟ କରାଇବାକୁ ବୁଧବାର ଅନୁମତି ଦେଇଛନ୍ତି ସାକେତ ଅଦାଲତ। ଅଫତାବ ପୁଲିସକୁ ଦେଇଥିବା ତଥ୍ୟ କେତେ ସତ ଏବଂ କେତେ ମିଛ ଏହାର ଯାଞ୍ଚ ପାଇଁ ଦିଲ୍ଲୀ ପୁଲିସ ଅଫତାବର ନାର୍କୋ ଟେଷ୍ଟ କରାଇବା ପାଇଁ ଅନୁମତି ମାଗିଥିବା ବେଳେ କୋର୍ଟ ଆଜି ଏହି ଅନୁମତି ଦେଇଛନ୍ତି। ପଚରାଉଚରା ବେଳେ ଅଫତାବ ପୁଲିସକୁ ମିଛ ସୂଚନା ଦେଉଛି ଓ ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରୁଥିବାରୁ ପୁଲିସ ଏହି ପରୀକ୍ଷା କରାଇବାକୁ ଅନୁମତି ମାଗିଥିଲା।

ମୃତ ଶ୍ରଦ୍ଧାଙ୍କ ଫୋନକୁ କେଉଁଠାରେ ଲୁଚାଇ ରଖିଛ ବୋଲି ପୁଲିସ ଅଫତାବକୁ ପଚାରିଥିବା ବେଳେ ସେ ବାରମ୍ବାର ନିଜର ବୟାନ ବଦଳାଇଥିଲା। ଥରେ ମହାରାଷ୍ଟ୍ରରେ ଫୋନ ଫିଙ୍ଗିବା କଥା କହିବା ସହ ଆଉ ଥରେ ଦିଲ୍ଲୀରେ ହିଁ ଫୋନ ଭାଙ୍ଗି ଫିଙ୍ଗି ଦେଇଥିବା ଅଫତାବ କହିଥିଲା। ଏହି କାରଣରୁ ଅଫତାବ ଏବେ ବି ଅନେକ କଥା ଲୁଚାଉଥିବା ଭାବି ପୁଲିସ ନାର୍କୋ ଟେଷ୍ଟ କରିବାକୁ ଅନୁମତି ମାଗିଥିଲା।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories