www.samajalive.in
Saturday, December 13, 2025
14.1 C
Bhubaneswar

ଡିଜିଟାଲ ରୂପାନ୍ତରୀକରଣରେ ଯୋଡି ହେବ ବିଶ୍ୱ – ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ଡିଜିଟାଲ ଭିତ୍ତିଭୂମିର ଦ୍ରୁତ ବିକାଶ ହେଲେ ଦେଶ ଗୁଡ଼ିକ ମଧ୍ୟରେ ଥିବା ବିଭେଦ ଦୂର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ଇଣ୍ଡୋନେସିଆର ବାଲିଠାରେ ଜି-୨୦ ସମ୍ମିଳନୀରେ ଦ୍ୱିତୀୟ ଦିନର ତୃତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ଡିଜିଟାଲ ରୂପାନ୍ତରୀକରଣ ବିଷୟରେ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଜି-୨୦ ସହଯୋଗୀ ଦେଶଗୁଡ଼ିକ ସହିତ ଡିଜିଟାଲ ଜ୍ଞାନକୌଶଳ ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବ। ଏହା ପ୍ରତ୍ୟେକଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଜି-୨୦ର ଅଧ୍ୟକ୍ଷ ଦେଶ ଭାବେ ଭାରତ ପାଇଁ ବିକାଶ କ୍ଷେତ୍ରରେ ଡାଟାର ବ୍ୟବହାର ପ୍ରମୁଖ ପ୍ରସଙ୍ଗ ରହିବ। ଜି-୨୦ ନେତୃବୃନ୍ଦଙ୍କ ଏହା ଦାୟିତ୍ୱ ହେବା ଉଚିତ ଯେ ଡିଜିଟାଲ ରୂପାନ୍ତରୀକରଣର ଲାଭ ଯେଭଳି ନିର୍ଦ୍ଦିଷ୍ଟ ସୀମା ଭିତରେ ଆବଦ୍ଧ ହୋଇ ନ ରହେ। ଶ୍ରୀ ମୋଦୀ ଆସନ୍ତା ୧୦ବର୍ଷ ମଧ୍ୟରେ ଡିଜିଟାଲ ରୂପାନ୍ତରୀକରଣ ପ୍ରତ୍ୟେକଟି ମଣିଷ ପାଇଁ ଯେଭଳି ଉପଯୋଗୀ ହେବ, ସେଥିଲାଗି କାର୍ଯ୍ୟ କରିବା ନିମନ୍ତେ ଶପଥ ନେବାକୁ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି ଏହାର ଲାଭରୁ ଯେଭଳି ପୃଥିବୀର କୌଣସି ବି ଜଣେ ବ୍ୟକ୍ତି ଯେଭଳି ବଞ୍ଚିତ ନ ହୁଅନ୍ତି, ସେଥି ପ୍ରତି ସମସ୍ତେ ପ୍ରତିବଦ୍ଧତା ପ୍ରକାଶ କରିବା ଆବଶ୍ୟକ। ଶ୍ରୀ ମୋଦୀ କହିଛନ୍ତି ବର୍ତ୍ତମାନ ଯୁଗରେ ଡିଜିଟାଲ ରୂପାନ୍ତରୀକରଣ ଅତ୍ୟନ୍ତ ଆବଶ୍ୟକ, ଯାହା ଦାରିଦ୍ର୍ୟ ଦୂରୀକରଣ ଏବଂ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ କରିପାରିବ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories