www.samajalive.in
Tuesday, December 9, 2025
16.1 C
Bhubaneswar

ରୁଷ-ୟୁକ୍ରେନ ; ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ସ୍ତରୀୟ ବୈଠକ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନର ଯୁଦ୍ଧର ଆଜି ପଞ୍ଚମ ଦିନ। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ବୈଠକରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ଥିବା ସହ ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିକୁ ନେଇ ଆଲୋଚନା କରାଯାଉଛି। ବୈଠକରେ ୟୁକ୍ରେନ୍‍ ପଡୋଶୀ ଦେଶକୁ ୪ କେନ୍ଦ୍ରମନ୍ତ୍ରୀ ଗସ୍ତ କରିବେ ବୋଲି ଜଣାପଡିଛି। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ,ହରଦୀପ ସିଂ ପୁରୀ, କିରଣ ରିଜିଜୁ,ଜେନେରାଲ ଭି.କେ ସିଂହ ପଡୋଶୀ ରାଷ୍ଟ୍ରକୁ ଛାତ୍ରଛାତ୍ରୀଙ୍କ ସାହାଯ୍ୟ କରିବା ପାଇଁ ଗସ୍ତ କରିବେ।
ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ବଡ ଯୋଜନା କରାଯାଉଛି। ଏହାସହ ୟୁକ୍ରେନ୍‍ ରୁ ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟା ଆହରୁ ତ୍ୱରାନ୍ୱିତ କରାଯିବ। ‘ମିଶନ ଗଙ୍ଗା ଜରିଆରେ’ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ଅଣାଯାଉଛି। ୟୁକ୍ରେନ ପସଙ୍ଗକୁ ନେଇ ଏହା ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ବୈଠକ।
ସୂଚନା ଯୋଗ୍ୟ, ୟୁକ୍ରେନ ଗତ ୪ ଦିନ ଧରି କିଭ୍‍ ସୀମାରେ ରୁଷକୁ ଅଟକାଇ ରଖିଛି। ଏହାମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି,ଆଗାମୀ ୨୪ ଘଣ୍ଟା ୟୁକ୍ରେନ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ। ଜି-୭ ନେତା ୟୁକ୍ରେନର ବିଦେଶ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ରୁଷ ବିରୋଧରେ ଲଢେଇରେ ସମସ୍ତ ଦେଶ ୟୁକ୍ରେନର ସମର୍ଥ ଜାରି ରଖିବେ। ରୁଷର ଆକ୍ରମଣରେ ୟୁକ୍ରେନର ପ୍ରାୟ ୩୫୨ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୪ ଶିଶୁ ସାମିଲ ଥିଲେ ବୋଲି ସୂଚନା ମିଳିଛି।

 

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories