www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦଙ୍କ ପାଇଁ ବହୁତଳ ବିଶିଷ୍ଟ ଫ୍ଲାଟ୍‍ ଉଦ୍‍ଘାଟନ କରିଛନ୍ତି

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ବହୁତଳ ବିଶିଷ୍ଟ ଫ୍ଲାଟ୍‍ଗୁଡ଼ିକୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି, ଏନ୍‍ଡିଏ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ବହୁ ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଛି।

ସେ କହିଛନ୍ତି, ଦଶନ୍ଧି ଦଶନ୍ଧି ଧରି ରହିଥିବା ସମସ୍ୟାଗୁଡ଼ିକର ସମାଧାନ କରାଯାଇଛି। ଦୀର୍ଘ ୨୩ ବର୍ଷ ଧରି ପଡ଼ି ରହିବା ପରେ ତାଙ୍କ ସରକାର ଆମ୍ବେଦକର ଇଣ୍ଟନ୍ୟାସନାଲ୍‍ ସେଣ୍ଟର୍‍କୁ ନିର୍ମାଣ କରିଛନ୍ତି। ସେ କହିଛନ୍ତି, ଦିଲ୍ଲୀରେ ଏଭଳି ଅନେକ ପ୍ରକଳ୍ପ ରହିଛି, ଯେଉଁଗୁଡ଼ିକ ଅନେକ ବର୍ଷ ଧରି ନିର୍ମାଣାଧୀନ ଅବସ୍ଥାରେ ଅଛି। ସେ କହିଛନ୍ତି, କେନ୍ଦ୍ରୀୟ ସୂଚନା କମିଶନର ନୂଆ ଅଟ୍ଟାଳିକା ଏନ୍‍ଡିଏ ସରକାରଙ୍କ ସମୟରେ ନିର୍ମାଣ କରାଯାଇଛି।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ୍‍-୧୯ ସଂକ୍ରମଣ ସମୟରେ ମଧ୍ୟ ପାର୍ଲାମେଣ୍ଟ୍‍ରେ କାର୍ଯ୍ୟଧାରା ଚାଲିଥିଲା। ସେ କହିଛନ୍ତି, ଏପରିକି ସପ୍ତାହର ଛୁଟି ଦିନରେ ମଧ୍ୟ ଗୃହକାର୍ଯ୍ୟ ଚାଲିଥିଲା। ପାର୍ଲାମେଣ୍ଟ୍‍ର ମୌସୁମୀ ଅଧିବେଶନ ସୁଚାରୁରୂପେ ଚାଲିବାରେ ପ୍ରତ୍ୟେକ ଦଳ ସହଯୋଗ କରିଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି। ଲୋକସଭା ଅଧିକ ଶକ୍ତଶାଳୀ ହୋଇପାରିଛି ଓ ଏହା ପଛରେ କାରଣ ହେଉଛି ଦେଶର ଜନସାଧାରଣ ପରିବର୍ତ୍ତନ ପାଇଁ ଆଗଭର ହୋଇଛନ୍ତି ବୋଲି ​ସେ କହିଛନ୍ତି। ୩୦୦ରୁ ଊର୍ଦ୍ଧ୍ବ ନୂଆ ସାଂସଦ ପାର୍ଲାମେଣ୍ଟ୍‍କୁ ନିର୍ବାଚିତ ହୋଇଛନ୍ତି। ଷୋଡଶ ଲୋକସଭା ପୂର୍ବ ଲୋକସଭା ତୁଳନାରେ ଶତକଡ଼ା ୧୫ ଭାଗ ଅଧିକ ବିଲ୍‍ ପାସ୍‍ କରିଥିଲା।

ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନରେ ଶତକଡ଼ା ୧୩୫ ଭାଗ ଅଧିକ କାର୍ଯ୍ୟ ହୋଇଛି। ରାଜ୍ୟସଭାରେ ମଧ୍ୟ ଶତକଡ଼ା ୧୦୦ ଭାଗ କାର୍ଯ୍ୟ ହୋଇଛି। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଏହା ସର୍ବୋତ୍କୃଷ୍ଟ ପ୍ରଦର୍ଶନ। ସାଂସଦମାନଙ୍କ ପାଇଁ ନିର୍ମିତ ଏହି ବହୁତଳ ବିଶିଷ୍ଟ ଫ୍ଲାଟ୍‍ଗୁଡ଼ିକ ନୂଆଦିଲ୍ଲୀର ଡକ୍ଟର ବି.ଡି. ମାର୍ଗରେ ଅବସ୍ଥିତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories