www.samajalive.in
Sunday, December 14, 2025
15.1 C
Bhubaneswar

କରୋନାରେ ଗୁରୁତର ପ୍ରଦୀପ୍ତ ଓ ରଘୁନାଥ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ

ଭୁବନେଶ୍ୱର : ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ ଓ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। କରୋନାରେ ଆକ୍ରାନ୍ତ ହୋଇ ଉଭୟ ଦୀର୍ଘଦିନ ହେଲାଣି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍ସ)ରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ପାଇବା କ୍ଷଣି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୂରଭାଷ ଜରିଆରେ ବିରୋଧୀଦଳ ନେତାଙ୍କ ପତ୍ନୀ ଏବଂ ଶ୍ରୀ ମହାପାତ୍ରଙ୍କ ପୁଅଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହାପୂର୍ବରୁ ନୂଆଦିଲ୍ଲୀସ୍ଥିତ ଏମ୍ସ ନିର୍ଦେଶକ ଡା. ରଣଦୀପ ଗୁଲେରିଆ ସେମାନଙ୍କୁ ଚିକିତ୍ସା କରୁଥିବା ବିଶେଷଜ୍ଞ ଦଳ ଏବଂ ଏମ୍ସ ନିର୍ଦେଶିକା ଡା. ବି ଗୀତାଞ୍ଜଳୀ ସହ ଆଭାସୀ ସମ୍ମିଳନୀ ଜରିଆରେ କଥା ହୋଇଥିଲେ।
ସୂଚନାଯୋଗ୍ୟ ଯେ ଶ୍ରୀ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିଲା। ନିଃଶ୍ୱାସ ପ୍ରଶ୍ୱାସରେ ଶ୍ରୀ ନାଏକ କଷ୍ଟ ଅନୁଭବ କରୁଥିଲେ। ଏହାକୁ ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଗଠନ କରାଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନିୟମିତ ଭାବେ ତଦାରଖ କରାଯାଉଛି।
ଏହିପରିପ୍ରେକ୍ଷୀରେ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲୀ ଏମସ୍‍ ନିର୍ଦେଶ ପ୍ରଫେସର ଡ. ଗୁଲେରିଆ ଏବଂ ଭୁବନେଶ୍ୱର ୪ ଜଣିଆ ଡାକ୍ତରୀ ଦଳ ସହିତ ଭିଡିଓ କନ୍‍ଫରେନ୍ସି ମାଧ୍ୟମରେ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହାସହିତ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ।
ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏମ୍ସର ୩ଜଣ ବରିଷ୍ଠ ଡାକ୍ତରଙ୍କ ସହ କଟକ ବଡ ଡାକ୍ତରଖାନାର ୨ଜଣ ବରିଷ୍ଠ ଡାକ୍ତରଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏବେ ଉକ୍ତ କମିଟି ଶ୍ରୀ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି। ସେହିପରି ଶ୍ରୀ ମହାପାତ୍ର୍ରଙ୍କୁ ଥରେ ହୃଦଘାତ୍‍ ଆସି ଥିବାରୁ ସେ ଏବେ ସଙ୍କଟାପନ୍ନ ଦେଇ ଗତି କରୁଛନ୍ତି। ଯେପର୍ଯ୍ୟନ୍ତ ଶ୍ରୀ ମହାପାତ୍ର ସମ୍ପୂର୍ଣ୍ଣ ଭଲ ହୋଇ ନାହାନ୍ତି କିଛି କହିହେବ ନାହିଁ ବୋଲି ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି।
ଏ ସଂକ୍ରାନ୍ତରେ ଏମସ୍‍ ଭୁବନେଶ୍ୱର ନିର୍ଦେଶିକା ପ୍ରଫେସର ଡ. ଗୀତାଞ୍ଜଳି ବାଟମାନବେନ୍‍ କହିଛନ୍ତି, ବିରୋଧୀ ଦଳ ନେତା ନାୟକ ଏବଂ ରାଜ୍ୟସଭା ସାଂସଦ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଛି। ଭେଣ୍ଟିଲେଟରରେ ଚିକିତ୍ସା କରାଯାଉଛି। କେନ୍ଦ୍ରମନ୍ତ୍ରୀ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ବନ୍ଧରେ ଡାକ୍ତରଙ୍କ ସହିତ କଥା ହୋଇଛନ୍ତି। ୪ଜଣିଆ ଡାକ୍ତରୀ ଦଳରେ ନିଶ୍ଚେତକ ବିଭାଗର ଅତିରିକ୍ତ ପ୍ରଫେସର ସତ୍ୟଜିତ୍‍ ମିଶ୍ର, ଫୁସଫୁସ୍‍ ବିଭାଗର ପ୍ରଫେସର ପ୍ରଶାନ୍ତ ଆର ମହାପାତ୍ର, ଡିଏମଇଟି ପ୍ରଫେସର ଡ. ସି.ବି.କେ ମହାନ୍ତିଙ୍କ ସହିତ ନିର୍ଦେଶିକା ବାଟମାନବେନ ଭିଡିଓ କନଫରେନ୍ସିଂରେ ସାମିଲ ଥିଲେ। ଡାକ୍ତରୀ ଦଳ ପ୍ରତିଦିନ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି। ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରିବାର ଆବଶ୍ୟକ ପଡିନି। ଆବଶ୍ୟକ ପଡିଲେ ସ୍ଥାନାନ୍ତରଣ କରାଯିବ। ଏପ୍ରିଲ ୧୯ରେ ବିରୋଧୀ ଦଳ ନେତା କରୋନାରେ ସଂକ୍ରମିତ ହୋଇଥିଲେ। ୨୦ରେ ଏମସ୍‍ରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ୨୬ରେ ସ୍ୱତନ୍ତ୍ର ଯତ୍ନ କୋଠରି (ଆଇସିୟୁ)ରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories